ନୂଆଦିଲ୍ଲୀ, 12 ଅକ୍ଟୋବର (ହି.ସ) ଭାରତୀୟ ସେନା ଅକ୍ଟୋବର 14 ରୁ ନୂଆଦିଲ୍ଲୀରେ ସଂଯୁକ୍ତ ରାଷ୍ଟ୍ର ସେନାରେ ଯୋଗଦାନ କରୁଥିବା ଦେଶମାନଙ୍କ ମୁଖ୍ୟମାନଙ୍କ ସମ୍ମିଳନୀର ଆୟୋଜନ କରିବ ।ତିନିଦିନିଆ ଏହି ସମ୍ମେଳନରେ ସଂଯୁକ୍ତ ରାଷ୍ଟ୍ର ଶାନ୍ତି ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା 32ଟି ଦେଶର ବରିଷ୍ଠ ସେନା ଅଧିକାରୀମାନେ ଏଥିରେ ଯୋଗଦେବେ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ଏକ ବିବୃତିରେ କହାଯାଇଛି ଯେ, ସଂଯୁକ୍ତ ରାଷ୍ଟ୍ର ମିଶନମାନଙ୍କରେ ସବୁଠାରୁ ବଡ଼ ଯୋଗଦାନକାରୀ ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ତେଣୁ ଭାରତ ଏହି ଉଚ୍ଚ ସ୍ତରୀୟ ସମ୍ମିଳନୀର ଆୟୋଜନ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ