ଶିମଲା, ଅକ୍ଟୋବର 12 (ହି.ସ.)। ଶିମଲାର ଐତିହାସିକ ରିଜ୍ ମଇଦାନରେ ଆସନ୍ତା 13 ଅକ୍ଟୋବର ତାରିଖ ଦିନ ହିମାଚଳ ପ୍ରଦେଶର ଛଅଥର ମୁଖ୍ୟମନ୍ତ୍ରୀ ଥିବା ସ୍ୱର୍ଗତ ବୀରଭଦ୍ର ସିଂହଙ୍କ ପ୍ରତିମା ଅନାବରଣ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏହି ଐତିହାସିକ ଅବସରରେ କଂଗ୍ରେସ ଦଳର ଶୀର୍ଷ ନେତୃତ୍ୱ ଉପସ୍ଥିତ ହେବ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପାର୍ଟି ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା , ହିମାଚଳ କଂଗ୍ରେସ ପ୍ରଭାରୀ ରଜନୀ ପାଟିଲ ଓ ପାର୍ଟିର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଅଂଶ ନେବେ।
ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମକୁ ସରକାରୀ କାର୍ଯ୍ୟକ୍ରମ ଭାବେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂହ ଓ ଲୋକ ନିର୍ମାଣ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଏହି କାର୍ଯ୍ୟକ୍ରମର ପ୍ରମୁଖ ଆୟୋଜକମାନଙ୍କ ମଧ୍ୟରେ ରହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ