ପୋଲିସ ଏସଆଇ ପରୀକ୍ଷା ଜାଲିଆତିର ତଦନ୍ତ ଦାବି କଲା ବିଜେଡି
ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାର ତଦନ୍ତ ଦାବି କରିଛି ବିଜେଡି। ବିଜେଡି ନେତା ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି ପ୍ରେସ୍‌ମିଟ୍ କରି ସିବି÷ାଇ ତଦନ୍ତ ଦାବି କରି କହିଛନ୍ତି ଓପିଆରବି ପ୍ରଥମେ ଆଇଟିଆଇକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା। ପରେ ସିଲିକନ
ପୋଲିସ ଏସଆଇ ପରୀକ୍ଷା ଜାଲିଆତିର ତଦନ୍ତ ଦାବି କଲା ବିଜେଡି


ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାର ତଦନ୍ତ ଦାବି କରିଛି ବିଜେଡି। ବିଜେଡି ନେତା ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି ପ୍ରେସ୍‌ମିଟ୍ କରି ସିବି÷ାଇ ତଦନ୍ତ ଦାବି କରି କହିଛନ୍ତି ଓପିଆରବି ପ୍ରଥମେ ଆଇଟିଆଇକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା। ପରେ ସିଲିକନ ଟେକ୍ ଲ୍ୟାବ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଗଲା। ପୁଣି ପଂଚସଫ୍ଟ ଟେକ୍ନୋଲୋଜିକୁ ସିଲ୍‌କନ୍ ଗଞ୍ଜାମକୁ ଦେଇଥିଲା। କାହା ସ୍ୱାର୍ଥରେ ସିଲକନ ଟେକ୍‌କୁ ପରୀକ୍ଷା ଟେଣ୍ଡର ଦିଆଗଲା ବୋଲି ବିଜେଡି ପ୍ରଶ୍ନ କରିଛି। ୧୫ ମାସରେ ୧୬ଥର ପରୀକ୍ଷା ବାତିଲ ହେଲାଣି, ଏଥିପାଇଁ ଦାୟୀ କିଏ ?୧୧୭ ପିଲାଙ୍କ ଭାଗ୍ୟ କଣ, ଲାଂଚର ମାଷ୍ଟରମାଇଣ୍ଡ କିଏ ବୋଲି ବିଜେଡି ପ୍ରଶ୍ନ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande