ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ
ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ପ୍ରତି ବର୍ଷ ପରି ଏହା ଗାନ୍ଧୀ ଜୟନ୍ତୀରୁ ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ଜନତା ମୈଦାନ ପାଖ ଗାନ୍ଧୀ ପାର୍କରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଜ୍ଞାପନ କରିବା ପର
ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ


ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଛି। ପ୍ରତି ବର୍ଷ ପରି ଏହା ଗାନ୍ଧୀ ଜୟନ୍ତୀରୁ ଶୁଭାରମ୍ଭ ହୋଇଛି। ଭୁବନେଶ୍ୱର ଜନତା ମୈଦାନ ପାଖ ଗାନ୍ଧୀ ପାର୍କରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଜ୍ଞାପନ କରିବା ପରେ ବିଜେଡି ନେତା ଓ କର୍ମୀ ଜନସେବା ପାଇଁ ସଂକଳ୍ପ ନେଇଥିଲେ। ମହାତ୍ମା ଗାନ୍ଧୀ ଅହିଂସାର ପ୍ରତୀକ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସବୁବେଳେ ଦାବି କରି ଆସୁଛନ୍ତି। ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବ ପାଇଁ ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ମଧ୍ୟ ସଂକଳ୍ପ ନେଇଛି। ଅକ୍ଟୋବର ୯ ଗୋପବନ୍ଧୁ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରାରେ ଘର ଘର ବୁଲି ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଓ ବର୍ତ୍ତମାନର ବିଜେପି ସରକାରଙ୍କ ବିଫଳତା ନେଇ ଜନସଚେତନତା ସୃଷ୍ଟି କରିବ ବିଜେଡି। ଏହା ନଭେମ୍ବର ୯ ଯାଏଁ ମାସେ ବ୍ୟାପୀ ପ୍ରତି ୱାର୍ଡ, ବ୍ଲକ, ପଂଚାୟତ, ଜିଲ୍ଲା ପରିଷଦ, ପୌରାଞ୍ଚଳ ଓ ନିର୍ବାଚନ ମଣ୍ଡଳୀରେ କରାଯିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗାନ୍ଧୀ ଜୟନ୍ତୀ ଅବସରରେ ବାର୍ତା ଦେଇ ନବୀନ କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ‘ଅହିଂସା’କୁ ଭାରତର ସମ୍ବିଧାନର ମୁଖବନ୍ଧରେ ସାମିଲ କରିବା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ସମଗ୍ର ବିଶ୍ୱରେ ବିଭେଦ ବଢିଚାଲିଛି। ବହୁ ମତବାଦର ସୁରକ୍ଷା ପ୍ରତି ମହାତ୍ମା ଗାନ୍ଧୀଙ୍କର ନିଷ୍ଠା, ସହିଷ୍ଣୁତା ଓ ସଦଭାବର ବାର୍ତା ଅତିବ ଗୁରୁତ୍ୱପୂର୍ଣ୍ଣ। ମହାତ୍ମା ଗାନ୍ଧୀଙ୍କ ଅହିଂସା ପ୍ରତିବାଦ ଏପରି ଏକ ସ୍ଫୁଲିଙ୍ଗ ଯାହା ସମଗ୍ର ବିଶ୍ୱରେ ଅନେକ ଶାନ୍ତିପୂର୍ଣ ଆନ୍ଦୋଳନକୁ ପ୍ରେରଣା ଦେଇଛି । ଅହିଂସା ବିନା ପ୍ରଗତି ଅସମ୍ଭବ । ଶ୍ରେଣୀ, ଜାତି କିମ୍ବା ଧର୍ମ ଆଧାରରେ ସମାଜକୁ ବିଭାଜିତ କରୁଥିବା ତତ୍ତ୍ୱଙ୍କୁ ପରାଜିତ କରି ହିଁ ପ୍ରଗତି ଅଣାଯାଇପାରିବ । ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା, ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande