କଟକ, ୨ ଅକ୍ଟୋବର (ହି.ସ.)- କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ଆଜି ମୃଣ୍ମୟୀ ଦେବୀ ଦୁର୍ଗାଙ୍କ ଦଶହରା ପୂଜା ଅନୁଷ୍ଠିତ ହେଉଛି । କଟକର ବିଭିନ୍ନ ପୂଜା ମଣ୍ଡପରେ ସୁନା, ଚାନ୍ଦି ମେଢ଼ରେ ନିର୍ମିତ ମାଆଙ୍କ ମୃଣ୍ମୟୀ ମୂର୍ତି ପୂଜା ପାଉଛନ୍ତି । ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ମାଳା, ଆକର୍ଷଣୀୟ ସାଜସଜ୍ଜା ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ବିଶେଷ କରି ସଂନ୍ଧ୍ୟା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ