ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ବିକାଶ ଫାଉଣ୍ଡେସନ ତରଫରୁ ନବରାତ୍ର ଅବସରରେ ଜନ୍ମିତ କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ କନ୍ୟା ପୂଜନ କରାଯିବା ସହ ଏକ ଉତ୍ସବ ମାଧ୍ୟମରେ ନବ ଜନ୍ମିତ ଶିଶୁ କନ୍ୟାଙ୍କୁ ସମ୍ମାନିତ କରାଯାଇଛି। ସେହିପରି ଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ କିଛି ଛାତ୍ରୀଙ୍କୁ ମୋବାଇଲ ସହ କିଛି ଅର୍ଥ ପ୍ରଦାନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି ସମ୍ବଲପୁରର ମହିଳାଙ୍କ ହାର ପୁରୁଷଙ୍କ ଠାରୁ ଅଧିକ। ୧୦୦୦ ପୁରୁଷରେ ୧୦୭୬ ମହିଳା ଅଛନ୍ତି। ଗତ ୧୦ ବର୍ଷରେ ଜନ୍ମ ନେଇଥିବା ଝିଅଙ୍କ ସହ ଆଗାମୀ ୨୦ ବର୍ଷରେ ଜନ୍ମ ନେବାକୁ ଥିବା ପ୍ରାୟ ଦେଢ଼ ଲକ୍ଷ ଝିଅଙ୍କ ଉତ୍ତମ ଯତ୍ନ ନିଆଯାଉ। ସମ୍ବଲପୁରର ମହିଳା ସଶକ୍ତିକରଣ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହେବା ଭଳି ପ୍ରସ୍ତୁତ କରିବାକୁ ଜନ ସାଧାରଣଙ୍କୁ ସେ ଅପିଲ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା