ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ଓଡିଶା ବିଧାନସଭା ପରିସରରେ ଗୁରୁବାର ଦିନ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ସାମିଲ ହୋଇଥ
ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ


ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ଓଡିଶା ବିଧାନସଭା ପରିସରରେ ଗୁରୁବାର ଦିନ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢୀଙ୍କ ସମେତ ବହୁ ମନ୍ତ୍ରୀ ଓ ଅଧିକାରୀ ସାମିଲ ହୋଇଥିଲେ। ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପାଞ୍ଜଳୀ ଦେବା ସହ ଫଟୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ବିଧାନସଭା ପରିସରରେ ଧର୍ମ ଗୁରୁ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରୀମଦ୍ ଭାଗବତ ଗୀତା , ପବିତ୍ର ଗ୍ରନ୍ଥ କୋରାନ ସହିତ ବାଇବେଲ ଓ ଶିଖ୍ ଧର୍ମ ଗ୍ରନ୍ଥ କୁ ବି ପଠନ କରାଯାଇଥିଲା । ଏହି ଅବସରରେ ବାଚସ୍ପତି ସୁରମା ପାଢୀ କହିଥିଲେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀରେ ତାଙ୍କ ପାଦ ତଳେ ପ୍ରଣାମ ଜଣାଉଛି। ଦେଶର ସ୍ୱାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ କାର୍ଯ୍ୟ ପ୍ରଂଶସା ଯୋଗ୍ୟ ଓ ପ୍ରାସଙ୍ଗିକତା ରହିଛି। ସାଧରଣ ଲୋକଙ୍କ ପାଇଁ ସେବାକୁ ସବୁବେଳେ ପ୍ରାଧାନ୍ୟ ଦେବା ଜରୁରୀ, ଯାହା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ ରହିଥିଲା। ଆଉ ଏବେ ଭୋକାଲ ଫର ଲୋକାଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande