ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।
ସୁବର୍ଣ୍ଣପୁର, 2 ଅକ୍ଟୋବର (ହି.ସ.) ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ବାରା ଅଦ୍ୟ ତା ୦୨.୧୦.୨୦୨୫ ରିଖ ୧୫୬ ତମ ଗାନ୍ଧୀ ଜୟନ୍ତୀ ଓ ୧୨୧ ତମ ଶାସ୍ତ୍ରୀ ଜୟନ୍ତୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଜି ପୂର୍ବାହ୍ନ ୮.୩୦ ଘ
ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।


ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।


ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।


ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।


ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।


ସୁବର୍ଣ୍ଣପୁର, 2 ଅକ୍ଟୋବର (ହି.ସ.)

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ବାରା ଅଦ୍ୟ ତା ୦୨.୧୦.୨୦୨୫ ରିଖ ୧୫୬ ତମ ଗାନ୍ଧୀ ଜୟନ୍ତୀ ଓ ୧୨୧ ତମ ଶାସ୍ତ୍ରୀ ଜୟନ୍ତୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଆଜି ପୂର୍ବାହ୍ନ ୮.୩୦ ଘଟିକା ସମୟରେ ସୋନପୁର ଗାନ୍ଧୀ ପଡିଆ ସ୍ଥିତ ଜାତିର ଜନଜ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ଶ୍ରୀ ନାରାୟଣ ନାଏକଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୁଷ୍ପାମାଲ୍ୟ ଅର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର ଶ୍ରୀ ରାଜେନ୍ଦ୍ର ମାଝୀ, ସୁବର୍ଣ୍ଣପୁର, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଅଧିକାରୀ, ସୁବର୍ଣ୍ଣପୁର,ସୋନପୁର ସହରର ଅନେକ ବୁଦ୍ଧିଜୀବୀ, ଜନସାଧାରଣଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ତାପରେ ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସୋନପୁର ସ୍ଥିତ ସଂସ୍କୃତି ଭବନ ଠାରେ ସର୍ବଧର୍ମ ପ୍ରାର୍ଥନା ସଭା ସହିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ଓ ଶାନ୍ତିର କପୋତ ଆମ ଦେଶର ଦ୍ୱିତୀୟ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଲାଲ ବାହାଦୁର ଶସ୍ତ୍ରୀଙ୍କ ୧୨୧ ତମ ଜୟନ୍ତି ପାଳନ ନିମନ୍ତେ ଏକ ସଭା ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର,ଶ୍ରୀ ରାଜେନ୍ଦ୍ର ମାଝୀ, ଉପ - ଜିଲ୍ଲାପାଳ,ସୋନପୁର, ଶ୍ରୀମତି ସୁମ୍ୟାରୁପା ରଥ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର ସମ୍ମାନିତ ଅତିଥି ଭାବେ ଓ ଶ୍ରୀ ଦେବାଶିଷ ପଧାନ, ଅଧ୍ୟାପକ ଅର୍ଥନୀତି ବିଭାଗ,ସୁବଳୟା ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ ସହିତ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ସର୍ବଧର୍ମ ପ୍ରାର୍ଥନା ସଭା ନିମନ୍ତେ ଚାରି ଧର୍ମ ଯଥା ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟ ଓ ବୌଦ୍ଧ ଧର୍ମଯାଜକ ବା ଧର୍ମଗୁରୁ ଯୋଗଦାନ କରି ସର୍ବଧର୍ମ ପ୍ରାର୍ଥନା ସଭାରେ ଅଂଶ ଗ୍ରହଣ କରିଥିଲେ। ଏହି ସଭାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ ସ୍ବାଗତ ଜଣାଇଥିଲେ। ଏହି ସଭାରେ ମହାପୁରୁଷ ଦ୍ବୟଙ୍କ ଜୀବନୀ, ଗୁଣାବଳୀ, ଆଦର୍ଶ ଓ ଦର୍ଶନ ଉପରେ ସମସ୍ତ ଅତିଥିମାନେ ଓ ମୁଖ୍ୟ ବକ୍ତା ସ୍ମୃତି ଚାରଣ କରିଥିଲେ। ଉଭୟ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ରଚନା ଓ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସଭା ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande