ବଲାଙ୍ଗିର, ୨ ଅକ୍ଟୋବର (ହି.ସ.)- ୧୯୭୫ ମସିହାରେ ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀ ଦିବସରେ ଗ୍ରାମୀଣ ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା l ଆଜି ଗାନ୍ଧୀ ଜୟନ୍ତୀ ଦିନ ଗ୍ରାମୀଣ ବ୍ୟାଙ୍କ ର ସ୍ବର୍ଣ୍ଣ ଜୟନ୍ତୀ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ଗ୍ରାମୀଣ ବ୍ୟାଙ୍କର ରିଟାୟାରୀ ସଂଘର କର୍ମକର୍ତାଗଣ ବଲାଙ୍ଗୀରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମିଷ୍ଟାର୍ଣ୍ଣ ବଣ୍ଟନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଦ୍ୱାରିକାନାଥ ପଟେଲ, ରାଜ୍ୟ ସହ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, ବଲାଙ୍ଗୀର ୟୁନିଟର ସଭାପତି ବିରଞ୍ଚି ମେହେର, ଉପସଭାପତି ଶୁଶିଲ କୁମାର ଚୋପଦାର, ସମ୍ପାଦକ କିଶୋର କୁମାର ପୁରୋହିତ, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ ସମେତ ଅଗ୍ନି କୁମାର ପ୍ରଧାନ, ଶରତ କୁମାର ହୋତା, ରାଜେନ୍ଦ୍ର ପ୍ରସାଦ ସାହୁ, ଦିଲିପ ସୁନା ପ୍ରମୁଖ ଅନେକ ସଭ୍ୟ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ