ମାଲକାନଗିରି, ୨ ଅକ୍ଟୋବର (ହି.ସ.)- ଗତ ସେପ୍ଟେମ୍ବର ୨୭ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ଜୁଡୋ ଆସୋସିଏସନ୍ ର ଆନୁକୁଲ୍ୟରେ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବଲ୍ ସ୍କୁଲ ପରିସର ମଧ୍ୟରେ ହୋଇଥିବା ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ରେ ବିଭିନ୍ନ ବର୍ଗରେ ଯଥା ସବ୍ ଜୁନିଅର୍, ଜୁନିଅର୍, କେଡେଟ, ସିନିୟର୍ ର, ପୁରୁଷ ଏଵଂ ମହିଳା ବିଭାଗ ରେ ଭାଗନେଇ ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଏଵଂ ଗୌରବ ସାଉଁଟି ଛନ୍ତି! ମାଲକାନଗିରି ଜିଲ୍ଲାର ଜୁଡୋ ଖେଳାଳୀଙ୍କ ସମେତ ଅଫିସିଆଲ୍ ଖେଳାଳୀ ଙ୍କ ମଧ୍ୟରେ ପ୍ରାୟତ ସମସ୍ତେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କିଛି ବାପା ମାଆ ଛେଉଣ୍ଡ ଅନାଥ ଏଵଂ ଏକକ ପିତା ମାତା ଥିବା ଖେଳାଳୀ ବି ଅଛନ୍ତି। କନିଷ୍ଠ ବର୍ଗରେ ମହେଶ ହନ୍ତାଳ ୩୦ ଓଜନ ବିଭାଗରେ ସ୍ୱର୍ଣ୍ଣ ପଦକ। ବିନୋଦ ଚଲାନ ୪୦ ଓଜନ ବିଭାଗରେ ସ୍ୱର୍ଣ୍ଣ ପଦକ। ସିମାଞ୍ଚଳ ଦଳପତି ୪୫ ଓଜନ ବିଭାଗରେ ରୌପ୍ୟ ପଦକ। କର୍ଣ୍ଣ ସୀସା ୩୫ ଓଜନ ବିଭାଗରେ କାଂସ୍ୟ ପଦକ।ଚାନ୍ଦିନୀ ମାଡକାମି ଓଜନ ବିଭାଗରେ କାଂସ୍ୟ ପଦକ। ଜଗା ମାଢ଼ି ୩୫ ଓଜନ ବିଭାଗରେ କାଂସ୍ୟ ପଦକ।କେଡେଟ୍ ବର୍ଗରେ ଅର୍ଜୁନ ଖରା ୫୦ ଓଜନ ବିଭାଗରେ କାଂସ୍ୟ ପଦକ।
ଜୁନିଅର୍ ବର୍ଗରେ ରାମ ମାଢ଼ି ୫୦ଓଜନ ବିଭାଗରେ କାଂସ୍ୟ ପଦକ।ବରିଷ୍ଠ ମହିଳା ବର୍ଗରେ ଲକ୍ଷ୍ମୀ ସୋଡ଼ି ୫୨ ଓଜନ ବିଭାଗରେ ରୌପ୍ୟ ପଦକ।
ସୁମିତ୍ରା ମାଢ଼ି ୫୭ ଓଜନ ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ଉକ୍ତ ସମସ୍ତ ଖେଳାଳିଙ୍କ ମଧ୍ୟରୁ କନିଷ୍ଠ ବର୍ଗରେ ମହେଶ ହନ୍ତାଳ ଏଵଂ ଵିନୋଦ ଚଲାନ ଉଭୟ, ହାଇଦ୍ରାବାଦ ଠାରେ ଆଗାମୀ ନଭେମ୍ବର ମାସ ପ୍ରଥମ୍ ସପ୍ତାହ ରେ ଜାତୀୟ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଜୁଡୋ ଚାମ୍ପିଅନସିପ ରେ ଭାଗ ନେବା ପାଈଁ ଯୋଗ୍ୟତା ହାସଲ କରି ପାରିଛନ୍ତି।
ଜିଲ୍ଲା ଜୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳର ମିଳିତ ସହଯୋଗ ରେ ଉକ୍ତ ସମସ୍ତ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେବା ସହିତ ରାଜ୍ୟ ସ୍ତରୀୟ ଚାମ୍ପିଅନସିପ ରେ ଭାଗ ନେବାପାଇଁ ସୁଯୋଗ ମିଳିଥିଲା। ସମସ୍ତ ଖେଳାଳୀ ଏଵଂ ଅନୁଷ୍ଠାନ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋ ଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ