ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ପୋଲିସ ଏସଆଇ ପରୀକ୍ଷାକୁ ନେଇ ବିଜେଡିର ସିବିଆଇ ତଦନ୍ତ ଦାବି ଉପରେ କଡ଼ା ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ ବିଜେଡ଼ି ଶାସନରେ ପ୍ରଶ୍ନପତ୍ର ଲିକ୍ ଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ। ୨୪ ବର୍ଷରେ କେତେ ଆକ୍ସନ ନେଇଛନ୍ତି ବିଜେଡି ଉତର ଦେଉ। ବିଜେଡି ଦଳର ପ୍ରୋତ୍ସାହନରେ ପରୀକ୍ଷା ଦୁର୍ନୀତି ହେଉଥିଲା । ବିଜେଡି ୨୪ବର୍ଷ ଶାସନର ଆତ୍ମ ସମୀକ୍ଷା କରୁ, ତାପରେ ସମାଲୋଚନା କରିବେ। ଯାହାର ବି ସଂପୃକ୍ତି ଥିବ, ଯେତେବଡ଼ ଲୋକ ହେଲେ ବି ଦଣ୍ଡିତ ହେବେ। ବିଜେପି ସରକାର ଆସିବା ପରେ ସ୍ଥିତି ବଦଳିଛି । ଜେଲ ଦଣ୍ଡ ଓ ଜରିମାନା ଭଳି ଆକ୍ସନ ଯୋଗୁଁ ଭୟର ବାତାବରଣ ସୃଷ୍ଟି ହୋଇଛି। ସରକାର ପୁରା ସଜାଗ, ଦୁର୍ବୃତକୁ ଧରି ଦଣ୍ଡ ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା