ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅନୁମତି
ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ବରମୁଣ୍ଡା, ସୁନ୍ଦରପଦା, ନହରକଂଟା, କୋରଡ଼କଂଟା, କୀଟ ରୋଡ଼, କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳ ଏହି ସବୁ ସ୍ଥାନକୁ ଅନୁମତି ମିଳିଛି। ରାବଣ ପୋଡି ଠାରୁ ୧୦୦ମିଟର ଦୂରରେ ରହି
ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅନୁମତି


ଭୁବନେଶ୍ୱର , ୦୨ ଅକ୍ଟୋବର (ହି.ସ.)- ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡି ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ବରମୁଣ୍ଡା, ସୁନ୍ଦରପଦା, ନହରକଂଟା, କୋରଡ଼କଂଟା, କୀଟ ରୋଡ଼, କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳ ଏହି ସବୁ ସ୍ଥାନକୁ ଅନୁମତି ମିଳିଛି। ରାବଣ ପୋଡି ଠାରୁ ୧୦୦ମିଟର ଦୂରରେ ରହି ଜନସାଧାରଣ ରାବଣ ପୋଡି ଦେଖିପାରିବେ ।୧୦୦ମିଟର ଦୂରରେ ବ୍ୟାରିକେଡ଼ ହେବ। ରାବଣ ପୋଡି ପାଇଁ ନିର୍ଦିଷ୍ଟ କମ୍ପାନୀର ଲାଇସେନ୍ସ ପ୍ରାପ୍ତ ବାଣ ଆଣିବାକୁ ଅନୁମତି ରହିଛି। ଯେଉଁ ମାନେ ବାଣ ଫୁଟେଇବେ ସେମାନେ ମଧ୍ୟ ନିର୍ଦିଷ୍ଟ କମ୍ପାନୀର ପ୍ରଶିକ୍ଷଣ ନେଇଥିବା ଦରକାର। ଦୁଇଜଣ ବ୍ୟତୀତ ଅଧିକ ଲୋକ ବାଣ ଫୁଟେଇ ପାରିବେ ନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ଗାଡି ଓ ଉପକରଣ ମହଜୁଦ ରହିବ । ଫାୟାର ଫାଇଟିଂ ଟିମ ରାବଣ ପୋଡି ସ୍ଥାନ ଗୁଡିକୁ ଯାଂଚ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande