ଆଗଲପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ପାଳିତ
ବଲାଙ୍ଗିର, ୨ ଅକ୍ଟୋବର (ହି.ସ.)- ଆଜି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଗଲପୁର ଖଣ୍ଡସ୍ତରୀୟ ଶତବାର୍ଷିକୀ କାର୍ଯ୍ୟକ୍ରମ ଆଗଲପୁର ଜଗନ୍ନାଥ ମନ୍ଦିରର ସାମ୍ନାରେ ପାଳିତ ହୋଇଯାଇଛି। ମାନନୀୟ ଖଣ୍ଡ ସଂଘଚାଳକ ଦୀଲିପ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵୟଂସେବକ ତଥ
ଆଗଲପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ପାଳିତ


ଆଗଲପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ପାଳିତ


ଆଗଲପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ପାଳିତ


ଆଗଲପୁରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଶତବାର୍ଷିକୀ ପାଳିତ


ବଲାଙ୍ଗିର, ୨ ଅକ୍ଟୋବର (ହି.ସ.)- ଆଜି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଆଗଲପୁର ଖଣ୍ଡସ୍ତରୀୟ ଶତବାର୍ଷିକୀ କାର୍ଯ୍ୟକ୍ରମ ଆଗଲପୁର ଜଗନ୍ନାଥ ମନ୍ଦିରର ସାମ୍ନାରେ ପାଳିତ ହୋଇଯାଇଛି। ମାନନୀୟ ଖଣ୍ଡ ସଂଘଚାଳକ ଦୀଲିପ ପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଵୟଂସେବକ ତଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ, ମୁଖ୍ୟବକ୍ତା ଭାବେ ପ୍ରାନ୍ତ ଗ୍ରାମ ବିକାଶ ପ୍ରମୁଖ ସ୍ଵପ୍ନେଶ୍ଵର ପଧାନ, ସମ୍ମାନିତ ଅତିଥି ଭାବେ ଆଗଲପୁର ବିଜ୍ଞାନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ ସିଂଦେଓ ଯୋଗଦାନ କରିଥିଲେ। ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ବିଶ୍ଵ ହିନ୍ଦୁ ପରିଷଦର ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ । ମୁଖ୍ୟ ଅତିଥି ସଂଘର ରାଷ୍ଟ୍ର ସର୍ବୋପରି ନୀତିକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ସଂଘର ଶହେ ବର୍ଷର ଇତିହାସ ସହ ରାଷ୍ଟ୍ର ଗଠନରେ ଏହାର ବଳିଷ୍ଠ ଭୂମିକା ବିଷୟରେ ଆଲୋଚନା କରିଥିଲେ।

ସର୍ବ ପ୍ରଥମେ ସଂଘର ଘୋଷ ବାଦ୍ୟ ସହ ବ୍ଲକର ଉପସ୍ଥିତ ଶତାଧିକ ସ୍ଵୟଂସେବକ ଗ୍ରାମ୍ଯ ପରିକ୍ରମା କରିଥିଲେ । ସବୁଆଡେ ସ୍ଵାଗତ କରାଯାଇଥିଲା । ଅମୃତ ବଚନ ପାଠ କରିଥିଲେ ପ୍ରଣବ ଭୋଇ । ମୁଖ୍ୟଶିକ୍ଷକ ରୂପେ ଖଣ୍ଡ ଶାରୀରିକ ପ୍ରମୁଖ ଜ୍ୟୋତିରଂଜନ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande