ଅକ୍ଟୋବର ୨ରୁ ୩ ତାରିଖ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ
ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ.)- ଅକ୍ଟୋବର ୨ରୁ ୩ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିପାରେ । ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତରପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ -ଓଡ଼ିଶା - ପଶ୍ଚିମବଙ୍ଗ ଉପକୂଳ ଓ ବାହାରେ ୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ପବନର ବେଗ ଘଂଟା ପ୍ରତି ୫୫ର
ଅକ୍ଟୋବର ୨ରୁ ୩ ତାରିଖ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ


ଭୁବନେଶ୍ୱର, ୨ ଅକ୍ଟୋବର (ହି.ସ.)- ଅକ୍ଟୋବର ୨ରୁ ୩ ତାରିଖ ପାଗ ଖରାପ ରହିବା ସହିତ ସମୁଦ୍ର ଅଶାନ୍ତ ରହିପାରେ । ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍‌ସଂଲଗ୍ନ ଉତରପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ -ଓଡ଼ିଶା - ପଶ୍ଚିମବଙ୍ଗ ଉପକୂଳ ଓ ବାହାରେ ୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ପବନର ବେଗ ଘଂଟା ପ୍ରତି ୫୫ରୁ ୬୫ କି.ମି. ଏବଂ ସ୍ଥଳ ବିଶେଷରେ ପବନର ଟଟ୍‌କା ୭୫ କି.ମି.କୁ ଛୁଇଁପାରେ । ଏହାପରେ ପବନର ଗତି ଧିରେ ଧିରେ ଧିରେ ହ୍ରାସ ପାଇବ । ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ହ୍ରାସପାଇ ଘଂଟା ପ୍ରତି ରୁ ୪୫ରୁ ୫୫ କି.ମି. ଏହାର ଝଟକା ୬୫ କି.ମି. ରହିପାରେ । ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିପାରେ । ଏଣୁ ଏହି ସମୟରେ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande