ଅଣ ଓସାରିଆ ଗଳିପୋଲ ନିର୍ମାଣକୁ ବିରୋଧ କରି ରାସ୍ତାରୋକ
ଧର୍ମଶାଳା, ୨୭ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗାନ୍ଧୀଛକ ଠାରେ ଅଣ ଓଶରିଆ ଗଳିପୋଲ ନିର୍ମାଣକୁ ବିରୋଧ କରି ସ୍ଥାନୀୟ କଂଟିଗଡିଆ ଓ କ୍ଷେତ୍ରପାଳ ପଂଚାୟତ ସମେତ ସ୍ଥାନୀୟ କେତେକ ପଂଚାୟତବାସୀ ଏହାର ପ୍ରତିବାଦ ସ୍ୱରୁପ ଗାନ୍ଧି ଛକ ଠାରେ ଗ
ଅଣ ଓସାରିଆ ଗଳିପୋଲ ନିର୍ମାଣକୁ ବିରୋଧ କରି ରାସ୍ତାରୋକ


ଧର୍ମଶାଳା, ୨୭ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଗାନ୍ଧୀଛକ ଠାରେ ଅଣ ଓଶରିଆ ଗଳିପୋଲ ନିର୍ମାଣକୁ ବିରୋଧ କରି ସ୍ଥାନୀୟ କଂଟିଗଡିଆ ଓ କ୍ଷେତ୍ରପାଳ ପଂଚାୟତ ସମେତ ସ୍ଥାନୀୟ କେତେକ ପଂଚାୟତବାସୀ ଏହାର ପ୍ରତିବାଦ ସ୍ୱରୁପ ଗାନ୍ଧି ଛକ ଠାରେ ଗଣଧାରଣା ଦେଇଥିଲେ । ଜାତୀୟ ରାଜପତ କତୃପକ୍ଷଙ୍କ ଦ୍ୱାରା ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଗାନ୍ଧି ଛକ ନିକଟରେ ଏକ ଅଣ ଓଶାରିଆ ଗିପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଯାହାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଏଠାରେ ଏକ ବଡ ଗଳିପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି । ରାସ୍ତା ଉପରେ ଲୋକମାନେ ଧାରଣାରେ ବସି ରହିବା ଫଳରେ ଉକ୍ତ ରାସ୍ତା ଦେଇ ଗାଡିଚଳାଚଳ ବନ୍ଦ ରହିଥିଲା । ଖବର ପାଇ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝି , ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ବିଜେପି ସଙ୍ଗଠକ ପ୍ରଦୀପ କୁମାର ପରିଡା ପ୍ରମୁଖ ସେଠାରେ ପହଁଚି ଲୋକମାନଙ୍କୁ ବୁଝା ଶୁଝା କରିଥିଲେ ହେଁ ଜିଲ୍ଲାପାଳ ଘଟଣା ସ୍ଥଳକୁ ଆସି ର ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ସେମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିଥିଲେ । ସୂଚନା ମୁତାବକ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଗାନ୍ଧି ଛକ ଠାରେ ରାଜପଥ କତୃପକ୍ଷଙ୍କ ଦ୍ୱାରା ଏକ ଗଲିପୋଳ ନିର୍ମାଣ କରାଯାଉଛି । ହେଲେ ଏହି ଗଳିପୋଲର ଉଚ୍ଚତା କମ ଓ ଅଣ ଓଶାରିଆ ହୋଇଛି । ଏହି ଗଳିପୋଲ ଉପରେ ଧର୍ମଶାଳା ଓ ବଡଚଣା ବ୍ଲକର ୧୩ ଗୋଟି ପଂଚାୟତ ବାସିନ୍ଧା ନିର୍ଭରଶୀଳ । ନବନିର୍ମାିତ ଗଳିପୋଲ ଦେଇ ବଡ ଗାଡ଼ି ଯାତାୟାତ ସମ୍ଭବପର ହେବ ନାହିଁ । ବିଶେଷ କରି ଜରୁରୀ କାଳୀନ ସେବା ଭଳି ଗାଡ଼ି ଗୁଡ଼ିକ ଆସିବା ଯିବାରେ ମଧ୍ୟ ଅନେକ ସମସ୍ୟା ଦେଖାଦେବ । ସେହିପରି ଚାଷୀ ମାନେ ଚାଷ ରେ ବ୍ୟବହୃତ ଗାଡ଼ି ଗୁଡ଼ିକ ବ୍ୟବହାର ପାଇଁ ମଧ୍ୟ ସମସ୍ୟା ଉପୁଜିବ । ଏ ବିଷୟରେ ବାରମ୍ବାର ପ୍ରଶାସନ ପାଖେ ଏହାର ସମାଧାନ ନିମନ୍ତେ ଜଣାଇଥିଲେ ବି ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟି ଦିଆ ଯାଉନାହିଁ । ଏହାର ପ୍ରତିବାଦରେ ଆଜି ସକାଳୁ ସ୍ଥାନୀୟ ଲୋକେ ଗାନ୍ଦି ଛକ ନିକଟରେ ରାସ୍ତା ଅବରୋଧ କରି ବସି ରହିଥିଲେ । ରାଜପଥ ର ଦୁଇ ପାଶ୍ୱର୍ରେ ଅନେକ ଗାଡ଼ି ଲମ୍ବା ଲାଇନ କରି ଛିଡା ହୋଇ ରହିଥିଲେ । ଘଟଣା ସ୍ଥଳରେ ପି କେ ବର୍ମା ଜାତୀୟ ରାଜପଥ ପି ଡି ପହଁଚିି ବୁଝାସୁଝା କରିବା ସହ ୩୦ଦିନ ର ସମୟ ନେଇଥିଲେ । ପରେ ଆନ୍ଦୋଳନ ହଟିଥିଲା ଏବଂ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande