

ବଲାଙ୍ଗିର, ୨୭ ଅକ୍ଟୋବର (ହି. ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଣ୍ଟାବାଞ୍ଜି ତରଫରୁ କଣ୍ଟାବାଞ୍ଜି ସ୍ଥିତ କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟରେ ଆଜି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ଏକ ମହାବିଦ୍ୟାଳୟ ସଫେଇ ଅଭିଯାନ କରାଯାଇଥିଲା। Sunday for Environment ନାରେ ଏହି ଅଭିଯାନ ଆଗାମୀ ଦିନରେ ସାରା ବଲାଙ୍ଗିରରେ କାମ କରିବ ବୋଲି କାର୍ଯ୍ୟକର୍ତ୍ତା ମତ ଦେଇଛନ୍ତି। କଲେଜ ପରିସର ପ୍ଲାଷ୍ଟିକ ମୁକ୍ତ ହେବା ସହିତ ଏକ ସୁନ୍ଦର ଶିକ୍ଷା ପରିବେଶ ହେଉ ସେଥିପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏହି ମାଧ୍ୟମରେ ସବୁ କଲେଜ କ୍ୟାମ୍ପସକୁ ଯିବ ।
ଏହି କାର୍ଯ୍ୟକ୍ରମରେ ବିଭାଗ ସଂଗଠନ ମନ୍ତ୍ରୀ ତଥା ପ୍ରାନ୍ତ ଏସଏଫଡି ପ୍ରମୁଖ ବିକାଶ ସାହୁ, ଜିଲ୍ଲା ସହ ସଂଯୋଜକ ଶୁଭାଶିଷ ପାଣୀ ,ନଗର ପ୍ରମୁଖ ସୁବ୍ରତ ମହାକୁଡ଼, ନଗର ସହ ପ୍ରମୁଖ ଆଶିଷ ୟାଦବ, ନଗର ସମ୍ପାଦକ ଦିବ୍ୟାଶୁଂ ପାଣିଗ୍ରାହୀ, ନଗର ଏସଏଫଡି ସଂଯୋଜକ ପ୍ରଭାତ ନେଉରା, ଆରକେଏମ ସଂଯୋଜକ ରବି ଝରା ଓ ପ୍ରଶାନ୍ତ ପୋଡ, ଆୟୁଷ ଅଗ୍ରୱାଲ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ