ଦୁର୍ନୀତି ନିବାରଣ ସପ୍ତାହ ପାଳନ
ଜୟପୁର, ୨୭ ଅକ୍ଟୋବର (ହି.ସ.)- ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ଜୟପୁର ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁର
ଦୁର୍ନୀତି ନିବାରଣ ସପ୍ତାହ ପାଳନ


ଜୟପୁର, ୨୭ ଅକ୍ଟୋବର (ହି.ସ.)- ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ଜୟପୁର ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଦୌରା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବାପ୍ରାଧିକରଣ, ଜୟପୁରଙ୍କ ତତ୍ଵାବଧାନରେ ଜିଲ୍ଲା ମୁଖ୍ୟ ବିଚାରାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏବି ଅବସରରେ ନିଶିଥ୍ ନିଶଙ୍କ ପରିବାର ଅଦାଲତ ବିଚାରତି, ଡ.ସଂଘମିତ୍ରା ଦାଶ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ବତନ୍ତ୍ର ବିଚାରରତି ପୋକ୍ସ କୋର୍ଟ, ସୁଶ୍ରୀ ପ୍ରଜ୍ଞାନଳିନୀ ମିଶ୍ର ଅତିରିକ୍ତ ଜିଲ୍ଲାଜଜ୍ ତଥା ଫାଷ୍ଟଟ୍ରାକ୍ କୋର୍ଟ, ଏସ.ଶୁଭଲକ୍ଷ୍ମୀ ସି.ଜେ.ଏମ, ଶ୍ରୀ ସୂଂୟ ପ୍ରକାଶ ଦାସ ବରିଷ୍ଠ ଦେୱନୀ ବିଚାରପତି, ଶ୍ରୀମତୀ ଅଳକାନନ୍ଦା ମହାନ୍ତି ବରିଷ୍ଠ ଦେୱନୀ ତଥା ମହିଳା ଅଦାଲତ ବିଚାରପତି, ଶ୍ରୀ ବିଷ୍ଣୁପ୍ରସାଦ ଦେବତା ରେଜିଷ୍ଟ୍ରାର୍ ସିଭିଲ କୋର୍ଟ, ଶ୍ରୀ ସନ୍ତୋଷ କୁମାର ବାରିକ ଏସ.ଡି.ଜେ.ଏମ, ଶ୍ରୀ ହରମୋହନ ଦଶ. ଜେ.ଏମ.ଏଫ.ସି, ଜୟପୁର ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜୟପୁର ଜିଲ୍ଲା ବିଚାରାଳୟର ସମସ୍ତ ବିଚାରବିଭାଗୀୟ ମାନେ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମକର୍ତ୍ତା, ଜିଲ୍ଲା ବିଚାରାଳୟର ସମସ୍ତ ବିଭାଗର କର୍ମକର୍ତ୍ତା, ଜିଲ୍ଲା ବାର ଆସୋସେସନ ର ସମସ୍ତ ଆଇନଜୀବି ବୃନ୍ଦ ଲିଗାଲ ଡିଫେନ୍ସ କାଉନସେଲ କର୍ମକର୍ତ୍ତା ଏହି ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ସାଧୁତାର ଶପଥ ପାଠ କରିଥିଲେ। ଏବଂ ଆଗାମି ବଭିଷ୍ୟତରେ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande