
ସମ୍ବଲପୁର, ୨୭ ଅକ୍ଟୋବର (ହି.ସ.)- ଆଜି ସମ୍ବଲପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ପାଳନ ୨୦୨୫ ଅବସରରେ ଏକ ଶପଥ ପାଠ ସଭା ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ସଚ୍ଚୋଟତା ଓ ନିଷ୍ଠା ସହିତ କାର୍ଯ୍ୟପାଳନ ନିମନ୍ତେ ଶପଥ ପାଠ କରାଇଥିଲେ।
ଏହି ଶପଥ ପାଠ ସଭାରେ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ