ଖରିଆର ରୋଡ଼ରେ ବିଜେପି ବୁଥ କାର୍ଯ୍ୟକର୍ତାଙ୍କ ବୈଠକ
ନୂଆଁପଡ଼ା /ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୁଆଁପଡା ବିଧାନସଭା ଉପ ନିର୍ବାଚନ ରେ ରାଜନୈତିକ ଚଳ ଚଞ୍ଚଳତା ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତା ଙ୍କ ସମେତ କାର୍ଯ୍ୟକର୍ତା ଙ୍କ ମଧ୍ୟରେ ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଆଜି ଏହି ମର୍ମ ରେ ଖରିଆର୍ ରୋଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ଜରୁରୀ
ଖରିଆର ରୋଡ଼ରେ ବିଜେପି ବୁଥ କାର୍ଯ୍ୟକର୍ତାଙ୍କ ବୈଠକ


ନୂଆଁପଡ଼ା /ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୁଆଁପଡା ବିଧାନସଭା ଉପ ନିର୍ବାଚନ ରେ ରାଜନୈତିକ ଚଳ ଚଞ୍ଚଳତା ଦିନକୁ ଦିନ ବଢ଼ିବାରେ ଲାଗିଛି । ନେତା ଙ୍କ ସମେତ କାର୍ଯ୍ୟକର୍ତା ଙ୍କ ମଧ୍ୟରେ ସକ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ।

ଆଜି ଏହି ମର୍ମ ରେ ଖରିଆର୍ ରୋଡ଼ ସ୍ଥିତ ଅଗ୍ରସେନ ଭବନ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖାରିଆର ବିଜ୍ଞାପିତ ପରିଷଦ ଅଞ୍ଚଳ ର ୪,୫,୬,୭ ନମ୍ବର ୱାର୍ଡ ର ବିଜେପି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

ନିର୍ବାଚନ ପ୍ରଚାରରେ କେନ୍ଦ୍ରର ମୋଦୀ ସରକାର୍ ଓ ରାଜ୍ୟର ମୋହନ୍ ମାଝୀ ସରକାରଙ୍କର ସମସ୍ତ ଜନକଲ୍ୟାଣକରୀ ଯୋଜନା କିଭଳି ତୃଣମୂଳ ସ୍ତରରେ ସଧାରଣ ଲୋକଙ୍କ ପାଖକୁ ପହଞ୍ଚିବ ସେ ନେଇ ବୈଠକ ରେ ଉପସ୍ଥିତ ନେତୃବୃନ୍ଦ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ । ନିର୍ବାଚନ ଦିନ କେମିତି ସମସ୍ତ ଭୋଟର୍ ବୁଥ କୁ ଯାଇ ନିଜର ଭୋଟ ଅଧିକର ର ସତ୍ ଉପଯୋଗ କରିବେ ଓ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷ ରେ ଭୋଟ କରିବେ ସେ ନେଇ ଳୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ସଜାଗ କରେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande