ନୂଆପଡ଼ାରେ ପଦଯାତ୍ରା ମାଧ୍ୟମରେ ବିଜେପିର ମାରାଥନ୍ ପ୍ରଚାର
ନୂଆପଡ଼ା/ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜେପି ର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନ ରେ ରାଜ୍ୟ ସଭାପତି ଠୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ନୂଆପଡ଼ା ରେ ଡେରା ପକାଇଛନ୍ତି । ସକାଳୁ ରାତି ଯାଏଁ ଚାଲିଛି ପ୍ରଚାର । ବିଭିନ୍ନ ଢଙ୍ଗ ରେ ପ୍ରଚାର କରୁ
ନୂଆପଡ଼ାରେ ପଦଯାତ୍ରା ମାଧ୍ୟମରେ ବିଜେପିର ମାରାଥନ୍ ପ୍ରଚାର


ନୂଆପଡ଼ା/ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୂଆପଡ଼ା ବିଧାନସଭାର ଉପନିର୍ବାଚନରେ ବିଜେପି ର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନ ରେ ରାଜ୍ୟ ସଭାପତି ଠୁ ଆରମ୍ଭ କରି ମନ୍ତ୍ରୀ, ସାଂସଦ, ବିଧାୟକ ନୂଆପଡ଼ା ରେ ଡେରା ପକାଇଛନ୍ତି । ସକାଳୁ ରାତି ଯାଏଁ ଚାଲିଛି ପ୍ରଚାର । ବିଭିନ୍ନ ଢଙ୍ଗ ରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ ।

ଏହି ମର୍ମ ରେ ଆଜି ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳ ର ୩ ଓ ୪ ନମ୍ବର ୱାର୍ଡ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର୍ ଟୁଡୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଟିଟିଲାଗଡ ବିଧାୟକ ନବୀନ ଜେନ, ଭଟଲି ବିଧାୟକ ଇରାଶିଷ୍ ଆଚାର୍ଯ୍ୟ ପ୍ରମୁଖ ପଦଯାତ୍ରା କରି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ସପକ୍ଷ ରେ ଭୋଟ ଭିକ୍ଷା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande