ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର, ସହଯାତ୍ରୀ ଆହତ
କୋରାଇ, ୨୭ ଅକ୍ଟୋବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଥାନାର ଅନତୀଦୂର ଟ୍ରମାକେୟାର ନିକଟରେ ଆଜି ଅପରାହ୍ନରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଓ ସହଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ପଶ୍ଚିମବଂଗ ୨୪ ପ୍ରଗଣା ଅଂଚଳର ଦୁଇ ଯୁବକ ମୋହନ ଘୋଷ ଓ ସୂର୍ଯ୍ୟତି
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଗୁରୁତର, ସହଯାତ୍ରୀ ଆହତ


କୋରାଇ, ୨୭ ଅକ୍ଟୋବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଥାନାର ଅନତୀଦୂର ଟ୍ରମାକେୟାର ନିକଟରେ ଆଜି ଅପରାହ୍ନରେ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଓ ସହଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପ୍ରକାଶ ଯେ, ପଶ୍ଚିମବଂଗ ୨୪ ପ୍ରଗଣା ଅଂଚଳର ଦୁଇ ଯୁବକ ମୋହନ ଘୋଷ ଓ ସୂର୍ଯ୍ୟତି ମଣ୍ଡଳ ଏକ ବାଇକ ଯୋଗେ ପୁରୀ ଆସିଥିଲେ । ଆଜି ପୁରୀରୁ ସେମାନେ ଘରକୁ ଫେରୁଥିଲେ । ଟ୍ରମା କେୟାର ନିକଟରେ ଏକ ଅଜଣା ଗାଡି ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଆରୋହୀ ଓ ସହଯାତ୍ରୀ ତଳେ ଛିଟିକି ପଡିଥିଲେ । ବାଇକ ଆରୋହୀ ମୋହନ ଗୁରୁତର ଆହତ ହୋଇଥିବା ବେଳେ ସହଯାତ୍ରୀ ସାମନ୍ୟ ଆହତ ହୋଇଥିଲେ । ଘଟଣାସ୍ଥଳରେ ରାଜପଥ ପୋଟ୍ରୋଲିଂଗ ପୁଲିସ ଓ ଆମେ ଆପଣ ପାଇଁ ହେଲପିଂଗ ଗୃପର ସଦସ୍ୟମାନେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ । ରାଜପଥ ପେଟ୍ରୋଲିଂଗ ଗାଡିରେ ପ୍ରଥମେ ପାଣିକୋଇଲିର ଏକ ଘେରୋଇ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଥିଲା । ବାଇକଟିକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande