ମହୁମାଛି ଆକ୍ରମଣରେ ବ୍ୟବସାୟୀଙ୍କ ମୃତ୍ୟୁ
ଜୟପୁର, ୨୭ ଅକ୍ଟୋବର (ହି.ସ.)- ଜୟପୁର ପାରାବେଡା ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ପ୍ରଦୀପ କୁମାର ସାହୁ(୬୫)ଙ୍କ ମହୁମାଛି ଆକ୍ରମଣ ଆଜି ଅପରାହ୍ନରେ ମୃତ୍ୟୁ ଘଟିଛି। ପ୍ରତିଦିନ ପରି ଆଜି ମଧ୍ୟ ସ୍ବର୍ଗତ ପ୍ରଦୀପ ସାହୁ ପଲକାପୁଟ ସ୍ଥିତ ଇଟା ଫେକ୍ଟ୍ରି ଦେଖିବାକୁ ଯାଇଥିଲେ। ସେଠାରେ ସେ ବୁଲି ଦେଖିବା ସମୟରେ
ମହୁମାଛି ଆକ୍ରମଣରେ ବ୍ୟବସାୟୀଙ୍କ ମୃତ୍ୟୁ


ଜୟପୁର, ୨୭ ଅକ୍ଟୋବର (ହି.ସ.)- ଜୟପୁର ପାରାବେଡା ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ପ୍ରଦୀପ କୁମାର ସାହୁ(୬୫)ଙ୍କ ମହୁମାଛି ଆକ୍ରମଣ ଆଜି ଅପରାହ୍ନରେ ମୃତ୍ୟୁ ଘଟିଛି। ପ୍ରତିଦିନ ପରି ଆଜି ମଧ୍ୟ ସ୍ବର୍ଗତ ପ୍ରଦୀପ ସାହୁ ପଲକାପୁଟ ସ୍ଥିତ ଇଟା ଫେକ୍ଟ୍ରି ଦେଖିବାକୁ ଯାଇଥିଲେ। ସେଠାରେ ସେ ବୁଲି ଦେଖିବା ସମୟରେ ଏକ ଗଛରେ ମହୁମାଛି ବସା ହୋଇଥିଲା। ହଠାତ ମହୁମାଛି ମାନେ ଆକ୍ରମଣ କରିବାକୁ ଆସିବାରୁ ଶ୍ରୀ ସାହୁଙ୍କ ହୃଦଘାତ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମରଶରିରକୁ ପାରବେଡା ସ୍ଥିତ ବାସଭବନକୁ ଆଣିବା ପରେ ସେଠାରେ ତାଙ୍କ ବନ୍ଧୁ ବର୍ଗ ଶେଷଦର୍ଶନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande