
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଦିନକୁ ଦିନ ରାଜନୀତି ସରଗରମ ହୋଇ ପଡୁଥିବାବେଳେ ଏନେଇ ବିଦ୍ୟାଳୟରେ ମଧ୍ୟ ରାଜନୀତି ଜୋର ଧରିଛି। କିଏ କେଉଁ ବିଦ୍ୟାଳୟକୁ ପୋଷାକ ବିତରଣ ଦାୟିତ୍ୱ ନେବ ଏବଂ ସଂପୃକ୍ତ ଗୋଷ୍ଠୀ କେଉଁ ରାଜନୈତିକ ଦଳକୁ ସମର୍ଥନ କରୁଛି ତାହାକୁ ନେଇ ରାଜନୀତି ମଧ୍ୟ ଚାଲିଛି। ଫଳରେ ଚଳିତ ଶିକ୍ଷାବର୍ଷ ୬ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀଠାରୁ ଆରମ୍ଭ କରି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଯିବା ପାଇଁ ରାଜ୍ୟ ସରକାର ସ୍ତିରୀକୃତ କରିଥିବା ପୋଷାକ ମିଳିପାରି ନାହିଁ। ଏହା ଆମେ କହୁନାହୁଁ ଏହା ହେଉଛି ଚଳିତ ଶିକ୍ଷାବର୍ଷର ଉଦାହରଣ। ଚାନ୍ଦବାଲି ବ୍ଲକରେ ପ୍ରାଥମିକ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟ ସଂଖ୍ୟା ୨୮୬ରେ ସିମୀତ ହୋଇ ରହିଥିବାବେଳେ ହାଇସ୍କୁଲର ସଂଖ୍ୟା ୪୧। ଚଳିତ ଶିକ୍ଷାବର୍ଷର ତଥ୍ୟ ଅନୁଯାଇ ଚାନ୍ଦବାଲି ବ୍ଲକରେ ଅଧୁନା ୩୩୨୩୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ।ମାତ୍ର ଦୁଃଖ ଏବଂ ଅନୁଶୋଚନାର ବିଷୟ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ୩୩ହଜାର ୨୩୯ ଜଣ ଛାତ୍ରଛାତ୍ରୀ ଆଜିଭଳି ଦିନରେ ନିଜର ପୁରୁଣା ଫଟାଡ୍ରେସ ପିନ୍ଧି ବିଦ୍ୟାଳୟକୁ ଆସୁଛନ୍ତି। ବହୁ ଛାତ୍ରଛାତ୍ରୀ ନିଜର ପୁରୁଣା ଫଟାଡ୍ରେସ ପିନ୍ଧି ଆସିବାକୁ ଲଜ୍ଜା ଅନୁଭବ କରିବା ସହ ନିଜର ନିତ୍ୟ ବ୍ୟବହାର୍ଯ୍ୟ ଡ୍ରେସ ପିନ୍ଧି ବିଦ୍ୟାଳୟକୁ ଆସୁଥିବାବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାଲିଆଖି ଦେଖି ପୁନଶ୍ଚ ସେହି ଛାତ୍ରଛାତ୍ରୀମାନେ ନିଜର ଫଟା ଏବଂ ଛିଣ୍ଡାେ ଡ୍ରସକୁ ପିନ୍ଧି ବିଦ୍ୟାଳୟକୁ ଆସୁଥିବା ଦୃଷ୍ଟିଗୋଚର ହୋଇଛି। କେଉଁ ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଲଜ୍ଜା ନିବାରଣ ପାଇଁ ଓଡିଆ ସଂସ୍କୃତି ଏବଂ ସ୍ୱାଭିମାନ କୁ ନେଇ ବଂଚିଥିବାବେଳେ ରାଜ୍ୟ ସରକାର ବର୍ତମାନ ଏହି ଡ୍ରେସକୁ ନେଇ ରାଜନୀତି କରୁଛନ୍ତି, ତାହା ସାଧାରଣ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଅନ୍ୟ ପକ୍ଷରେ ବିଦ୍ୟାଳୟରେ ୨ ପ୍ରକାର ଡ୍ରେସକୋଡ ବ୍ୟବହାର ହେଉଥିବାବେଳେ ଗୋଟିଏ ଡ୍ରେସ ସପ୍ତାହର ୫ ଦିନ ବ୍ୟବହାର କରିବାକୁ ପଡୁଥିବାବେଳେ ଏହାକୁ ସ୍କୁଲ ୟୁନିଫର୍ମ କୁହାଯାଉଥିବାବେଳେ ଶନିବାର ବ୍ୟବହାର ଡ୍ରେସକୁ ହାଉସ ଡ୍ରେସ ଭାବେ ନାମିତ କରାଯାଇଛି। ଏହି ହାଉସ ଡ୍ରେସକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦାନ କରିବାକୁ ନିର୍ଦେଶ ଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହାକୁ ମଧ୍ୟ ନିଜ ବିଦ୍ୟାଳୟରେ ବଂଟନ କରିନାହାନ୍ତି। ଅନ୍ୟ ପକ୍ଷରେ ସ୍କୁଲ ୟୁନିଫର୍ମ ଯୋଗାଇବାକୁ ଚାନ୍ଦବାଲି ବ୍ଲକରେ ୩୨୭ ବିଦ୍ୟାଳୟ ପାଇଁ ୪୩୨ଟି ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ନିଜର ଟେଣ୍ଡର ପକାଇଛନ୍ତି ବୋଲି ଏକ ବେସରକାରୀ ସୂତ୍ରରୁ ପ୍ରକାଶ। ମାତ୍ର କେଉଁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଏହି ଦାୟିତ୍ୱ ବଂଟନ କରାଯିବ ଏବଂ କେଉଁ ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ବଂଟନ ବ୍ୟବସ୍ଥାରୁ ବାଦ ପଡିବ, ତାହା ଚିନ୍ତାଜନକ ହୋଇ ପଡିଛି। କେଉଁ ପରିସ୍ଥିତିରେ ଆଜି ପର୍ଯ୍ୟନ୍ତ ଏହି ସ୍କୁଲ ୟୁନିଫର୍ମ ବଂଟନ କରାଯାଇ ନାହିଁ, ତାହାର ତଦନ୍ତ ହେବା ର ଆବଶ୍ୟକତା ଅଛି ବୋଲି ଶିକ୍ଷାବିତ ପ୍ରଫୁଲ କୁମାର ଦାସ ମତବ୍ୟକ୍ତ କରିଛନ୍ତି। ଅନ୍ୟ ପକ୍ଷରେ ହାଉସ ଡ୍ରେସ ପାଇଁ ସରକାର ୫ଶହ ଟଙ୍କା ବ୍ୟୟ ଅଟକଳ ରଖିଥିବାବେଳେ ସ୍କୁଲ ୟୁନିଫର୍ମ ପାଇଁ ମଧ୍ୟ ୫୦୦ଟଙ୍କା ବ୍ୟୟ ଅଟକଳରଖିଛନ୍ତି।ଏହିଡ୍ରେସ ପାଇଁ ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀଙ୍କ ବ୍ୟାଙ୍କ ଆକାଉଁଟରେ ୩କୋଟି ୮୫ଲକ୍ଷ ଟଙ୍କା ରହିଥିବାବେଳେ, ଏହାକୁ ନେଇ ରାଜନୀତି ହେବା ଅପେକ୍ଷା ସଂପୃକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ପରିଚାଳନା କମିଟିକୁ ଏହି ଦାୟିତ୍ୱ ଦିଆଯିବା ଦରକାର ବୋଲି ଶ୍ରୀ ଦାସ ମତ ରଖିଛନ୍ତି। ଚଳିତ ମାସ ବ୍ଲକ ଲେଭଲ ସୁରଭି କାର୍ଯ୍ୟକ୍ରମ ହେବାକୁ ସ୍ତିରୀକୃତ ହୋଇଥିବାବେଳେ କଣ ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଚିରାଫଟା ଡ୍ରେସ ପିନ୍ଧି ଯାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ତାହା ଓଡିଆ ଜାତି ପାଇଁ ସ୍ୱାଭିମାନ ହେବ ତ! ଏଥିପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଏବଂ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହୋଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ