ଅଜଣା ରୋଗରେ କେନ୍ଦୁଝର ସଦର ବ୍ଲକରେ ଧାନ ଫସଲ ନଷ୍ଟ, ଚାଷୀକୂଳ ହତାଶ
କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ଧାନ ଫସଲରେ ଏକ ଅଜଣା ରୋଗ ବ୍ୟାପିବା ଫଳରେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅମଳ ସମୟ ପୂର୍ବରୁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସଦର ବ୍ଲକର ବିଭିନ୍ନ
ଅଜଣା ରୋଗରେ କେନ୍ଦୁଝର ସଦର ବ୍ଲକରେ ଧାନ ଫସଲ ନଷ୍ଟ, ଚାଷୀକୂଳ ହତାଶ


କେନ୍ଦୁଝର, ୨୭ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ଧାନ ଫସଲରେ ଏକ ଅଜଣା ରୋଗ ବ୍ୟାପିବା ଫଳରେ ହଜାର ହଜାର ହେକ୍ଟର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅମଳ ସମୟ ପୂର୍ବରୁ ଫସଲ ନଷ୍ଟ ହେବା ଯୋଗୁଁ ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସଦର ବ୍ଲକର ବିଭିନ୍ନ ପଞ୍ଚାୟତ ଯଥା ଶଙ୍କିରୀ, ବାଉରିପଦା, କାଠବାରୀ ଏବଂ ଆଖପାଖ ଅଞ୍ଚଳରେ ଧାନ ଫସଲରେ ସଲରେ ଏକ ନୂଆ ରୋଗର ଲକ୍ଷଣ ଦେଖାଦେଇଥିଲା।

ଚାଷୀଙ୍କ କହିବାନୁଯାୟୀ, ପ୍ରଥମେ ଧାନ ଗଛର ପତ୍ର ହଳଦିଆ ପଡ଼ିଯାଉଛି ଏବଂ ପରେ ଧାନ କେଣ୍ଡାରେ ଦାନା ନହୋଇ ତାହା ଶୁଖିଯାଉଛି । କିଛି ଜାଗାରେ 'ଚକଡ଼ା ପୋକ' (Brown Plant Hopper) ପରି କୀଟ ମଧ୍ୟ ବ୍ୟାପିଥିବାର ଦେଖାଯାଇଛି, ଯାହା ଗଛରୁ ରସ ଶୋଷି ନେଉଛି । ଉଭୟ ରୋଗ ଓ ପୋକର ମିଳିତ ଆକ୍ରମଣ ଯୋଗୁଁ ଫସଲର ବ୍ୟାପକ କ୍ଷତି ହୋଇଛି ।

ଫସଲରେ ରୋଗ ବ୍ୟାପିବାର ଖବର ପାଇବା ପରେ ସଦର ବ୍ଲକ କୃଷି ବିଭାଗ ଅଧିକାରୀମାନେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ନଷ୍ଟ ହୋଇଥିବା ଧାନ ଫସଲର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । କୃଷି ଅଧିକାରୀଙ୍କ ମତରେ, ଏହା କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ପାଗରେ ଅନିୟମିତତା, ଆବଶ୍ୟକୀୟ ଠାରୁ ଅଧିକ ବର୍ଷା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଏଭଳି ସମସ୍ୟା ଉପୁଜିଥାଏ। ତେବେ ନମୁନା ପରୀକ୍ଷା ପରେ ହିଁ ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିବ । ଆମେ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦେବା ସହ କ୍ଷତିଗ୍ରସ୍ତ ଫସଲର ଆକଳନ କରୁଛୁ ।

ସମ୍ପୂର୍ଣ୍ଣ ଫସଲ ନଷ୍ଟ ହେବା ଯୋଗୁଁ ସଦର ବ୍ଲକର ଚାଷୀମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ତୁରନ୍ତ କ୍ଷତିପୂରଣ ଫସଲ ବୀମା ପ୍ରଦାନ ପାଇଁ ଦାବି କରିଛନ୍ତି । ଯଦି ତୁରନ୍ତ ସହାୟତା ନ ମିଳେ, ତେବେ ଋଣ ଭାରରେ ସେମାନଙ୍କର ଜୀବନ ଦୁର୍ବିସହ ହୋଇପଡ଼ିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande