ଚୋରି ମାମଲାରେ ଦୁଇ ଗିରଫ
ଜୟପୁର, ୨୭ ଅକ୍ଟୋବର(ହି.ସ.) – ଚୋରି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ। ଆଜି ଟାଉନ ଥାନା ରେ ସାମ୍ବାଦିକ ସମ୍ମିଳନି କରି ଏସଡିପିଓ ପାର୍ଥ କଶ୍ୟପ ଗଣ ମଧ୍ୟ୍ୟମ କୁ ସୁଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ଏସଆଇ ସିଦ୍ଧା
ଚୋରି ମାମଲା ରେ ଦୁଇ ଗିରଫ


ଚୋରି ମାମଲା ରେ ୨ ଗିରଫ


ଚୋରି ମାମଲା ରେ ଦୁଇ ଗିରଫ


ଜୟପୁର, ୨୭ ଅକ୍ଟୋବର(ହି.ସ.) – ଚୋରି ମାମଲାରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ଟାଉନ ପୋଲିସ। ଆଜି ଟାଉନ ଥାନା ରେ ସାମ୍ବାଦିକ ସମ୍ମିଳନି କରି ଏସଡିପିଓ ପାର୍ଥ କଶ୍ୟପ ଗଣ ମଧ୍ୟ୍ୟମ କୁ ସୁଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ଏସଆଇ ସିଦ୍ଧାନ୍ତ ବେହେରା ଉପସ୍ଥିତ ଥିଲେ। ଗତ ଏପ୍ରିଲ ମାସରେ ଜୟପୁର ସହରର ହାନାଗୁଡ଼ା ଅଂଚଳରେ ଚୋରି ମାମଲାରେ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗରିଫ କରିବା ପରେ ସେମାନେ ମାଲକାନଗିରିଠାରେ ଏକ ବିରାଟ ଧରଣରେ ଚୋରିରେ ସାଂଶ୍ଲିଷ୍ଟ ଥିବା ପୋଲିସ ତଦନ୍ତରୁ ଜାଣି ବାକୁ ପାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଇରିଗେସନ କଲୋନିର ଶାନ୍ତିରାଜ ନାଗ ଏଲିୟସ ରାହୁଲ ଓ ଜୟନଗରର ଅଭିନାଶ ମହାରଣା ଏଲିୟସ ଆକାଶ। ଅଭିଯୁକ୍ତଙ୍କଠାରୁ ୫ଲକ୍ଷଟଙ୍କା, ଗୋଟିଏ କାର, ଗୋଟିଏ ବାଇକ ଜବତ କରାଯାଇଥିବା ଏସଡିପିଓ ଜଦୀଶ କଶ୍ୟପ ଆଜି ଏକ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଗତ ଏପ୍ରିଲ ମାସ ୧୪ତାରିଖ ରାତିରେ ଜୟପୁର ସହର ହାନାଗୁଡ଼ା ନିବାସୀ କାଳୀପ୍ରସାଦ ପଟ୍ଟନାକୟଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃର୍ତମାନେ ଘରୁ ସୁନା, ରୁୁପା ଅଳଙ୍କାର ଓ ଟଙ୍କା ଚୋରି କରିଥିବା ପୋଡଶୀ ରାଧାମୋହନ ପଟ୍ଟନାୟକ ଜୟପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା କ୍ଷ ତଦନ୍ତ ରେ ଜାଣି ପୋଲିସ ଶାନ୍ତିରାଜ ଓ ଅଭିନାଶକୁ ଗିରଫ କରିଥିଲା। ଅଭିଯୁକ୍ତମାନେ ଚୋରି କରିଥିବା ଗହଣାକୁ ସୁନାବ୍ୟବସାୟୀ କେ. ମୁରଲୀକୁ ବିକ୍ରି କରିଥିବା କହିଥିଲେ। ସେମାନଙ୍କ ଠାରୁ ୫୦ହଜାର ଟଙ୍କା ଜବତ କରିଥିଲେ। ଚୋରି ସୁନା କ୍ରୟ କରିଥି୍ୱା ଅଭିଯୋଗରେ କେ ମୁରଲୀକୁ ଗିରଫ କରି ମାଲକାନଗିରି ପୋଲିସ କୁ ଜିମା ଦିଆଯାଇଛି କ୍ଷ ପୁଲିସ ଅଧିକ ତଦନ୍ତ କରିବାରୁୁ ଜାଣିବାକୁ ପାଇଲା ଦୁଇ ଅଭିଯୁକ୍ତ ରାଜୁ ନାୟକ, ଭରତ ନାୟକ, ଅଜୟ, ପ୍ରଦୀପ ଖରା, କେ. ସୁମନ ଅଚାରୀଙ୍କ ସହ ମିଶି ମାଲକାନଗିରି ସହରରେ ବିରାଟ ଧରଣ ଲୁଟ କରିଥିଲେ। ଜୁନ ମାସ ୩ତାରିଖରେ ପ୍ରସାଦ ଜୁଲେ?ର୍ସର ମାଲିକ ଦୋକାନ ବନ୍ଦ କରି ବ୍ୟାଗରେ ସୁନା ଅଳଙ୍କାର ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତମାନେ ବ୍ୟାଗକୁ ଲୁଟ କରି ସେଠାରୁ ଚମ୍ପଟ ମାରିଥିଲେ। ସେଠାରୁ ଅଭିଯୁକ୍ତ ମାନେ ଚିତ୍ରକୋଣ୍ଡା,ବିଶାଖାପଟଣା ଓ ବିଜନଗରମ ଯାଇ ଅଳଙ୍କାର ଗୁଡ଼ିକ ତରଳାଇ ୨ ଶହ ଗ୍ରାମ ସୁନାକୁ ୧୮ଲକ୍ଷ ୨୦ହଜାର ଟଙ୍କାରେ ବିକ୍ରି କରିଥିଲେ। ଏହି ମାମଲାରେ ପୋଲିସ ୪ଲକ୍ଷ ୫୦ହଜାର ଜବତ କରିଥିଲେ। ଅନ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ମାଲକାନିଗରି ପୋଲିସ ତଦନ୍ତ କରିବା ପରେ ସବୁ ଜଣା ପଡିବ ବୋଲି ଏସଡିପିଓ କଶ୍ୟପ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande