ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଶପଥ ପାଠ
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଆଜି ଦିବା ୧୦ ଘଟିକା ସମୟ ରେ ଜିଲ୍ଲା ସଦଭାବନା ସଭା ଗୃହ ରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସର ରେ ଶପଥ ପାଠ କରାଯାଇଥିଲା । ଏଥିରେ ଜିଲ୍ଲା କାର୍ଯାଳୟ ର ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ତିତ ରହି
DURNITI NIBARANA SAPTAHA SAPATH PATH


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଆଜି ଦିବା ୧୦ ଘଟିକା ସମୟ ରେ ଜିଲ୍ଲା ସଦଭାବନା ସଭା ଗୃହ ରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସର ରେ ଶପଥ ପାଠ କରାଯାଇଥିଲା । ଏଥିରେ ଜିଲ୍ଲା କାର୍ଯାଳୟ ର ଅଧିକାରୀ ତଥା କର୍ମଚାରୀ ମାନେ ଉପସ୍ତିତ ରହି ଦୁର୍ନୀତି ନିବାରଣ ଆମ ସାମୁହିକ ଦାୟିତ୍ୱ ଏବଂ ଦେଶର ଆର୍ôଥକ,ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ ବୋଲି ଶପଥ ନେଇଥିଲେ । ସେଇପରି ଜିଲ୍ଲା ର ସମସ୍ତ କାର୍ଯାଳୟ ରେ ଏହିପରି ଶପଥ ପାଠ ନିଆ ଯାଇଥିଲା । ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତ ବାସୁଦେବପୁର ପୌରପାଳିକା ର ସଭା ଗୃହ ରେ ମିଳିତ ଜନ ଶୁଣାଣି ଶିବିର ରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ଜିଲ୍ଲାପାଳ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ପ୍ରତ୍ୟକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଟା ରେ ପ୍ରତିବଦ୍ଦ ରହି ଦୁର୍ନୀତି ବିରୁଦ୍ଧ ରେ ସଂଗ୍ରାମ କୁ ସମର୍ଥନ କରିବା ଉଚିତ ବୋଲି ସମସ୍ତଙ୍କୁ ଉପଦେଶ ଦେଇଥିଲେ । ଏଇ ଦୁର୍ନୀତି ସପ୍ତାହ ଉପଲକ୍ଷେ ୨୮.୧୦.୨୫ ରେ ବ୍ଲକ ସ୍ଥରୀୟ ବକ୍ତୁର୍ତା ଓ ପ୍ରବନ୍ଧ ପ୍ରତିଯୋଗିତା, ୨୯.୧୦.୨୫ ଜିଲ୍ଲାସ୍ଥରୀୟ ବକ୍ତୁର୍ତା ଓ ପ୍ରବନ୍ଧ ପ୍ରତିଯୋଗିତା,୦୧.୧୧.୨୫ ସକାଳ ୮.୩୦ ରେ ଆରକ୍ଷୀ ଅଧିକ୍ଷକ କାର୍ଯାଳୟ ରୁ ଜିଲ୍ଲାପାଳ ଙ୍କ କାର୍ଯାଳୟ ପର୍ଯୟନ୍ତ ଏକ ପଦଯାତ୍ରା ଓ ଦିବା ୧୦ ଘଟିକା ସମୟ ରେ ସଂସ୍କୃତି ଭବନ ରେ ସାଧାରଣ ସଭା ଓ ପୁରସ୍କାର ବିତରଣ କରାଯିବ । ଏଥିରେ ଜିଲ୍ଲାପାଳ ଙ୍କ ସହିତ ଆରକ୍ଷୀ ଅଧିକ୍ଷକ, ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ, ଭିଜିଲେନ୍ସ , ବାଲେଶ୍ୱର ଉପସ୍ତିତ ରହିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande