




ବଲାଙ୍ଗୀର, ୨୭ ଅକ୍ଟୋବର(ହି.ସ.) – ଗତକାଲି ତା ୨୬.୧୦.୨୫ରିଖ ରବିବାର ସଂନ୍ଧ୍ୟାରେ ଟାଉନ୍ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଂଗୀର ର ହୀରକ ଜୟନ୍ତୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ଜନ୍ମ ଶତ ବାର୍ଷିକୀ ମହାସମାରୋହ ରେ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ରେ ଓଡ଼ିଶା ସରକାରଙ୍କ ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଦ୍ୟାଳୟର ପ୍ରଶଂସା କରିବା ସହିତ ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ବଲାଙ୍ଗୀର ପ୍ରତି ଥିବା ଅବଦାନ ର ସ୍ମୃତିଚାରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବଲାଙ୍ଗୀରର ବିଧାୟକ ଶ୍ରୀ କଳିକେଶ ନାରାୟଣ ସିଂଦେଓ ନିଜର ବକ୍ତବ୍ୟ ରଖି ବିଦ୍ୟାଳୟ ର କାର୍ଯ୍ୟ କୁ ପ୍ରଶଂସା କରିବା ସହିତ ବିଦ୍ୟାଳୟ ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇସିଟି ଲାବ୍ ପାଇଁ ୧୫ଟି କମ୍ପ୍ୟୁଟର ଦେବା ପାଇଁ ଘୋଷଣା କରିଥିଲେ ଏବଂ ଆଇଲ ସି ଟି ଲ୍ୟାବର ପୁନଃମରାମତି ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ। ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ , ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି ସଂସଦ ର ସଭାପତି ଧର୍ମବ୍ରତା ରଥ ଏବଂ ସମାଜସେବୀ ଶ୍ରୀ ଗୋପାଲଜୀ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଭାରେ ବିଦ୍ୟାଳୟର ଆଲୁମିନି ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ପ୍ରଧନଶିକ୍ଷକ ଶ୍ରୀ ନରେନ୍ଦ୍ର ନାଥ ମିଶ୍ର ବିଦ୍ୟାଳୟ ର ୬୦ ବର୍ଷର ବିବରଣୀ ଉପସ୍ଥାପନ କରିଥିଲେ। ଏହି ସଭାରେ ଡ଼. ଶ୍ରୀକାନ୍ତ କୁମାର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଯିଏ କି ବର୍ତମାନ ପ୍ରଧାମନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଜଳବାୟୁ ପରିବର୍ତନର ମୁଖ୍ୟ ପରାମର୍ଶଦାତା ଭାବେ ଦିଲ୍ଲୀଠାରେ କାର୍ଯ୍ୟ କରୁଛନ୍ତି। ଏହି ସଭାରେ ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ସୁଜିତ୍ କୁମାର ପୃଷେଠ ଶରତ ଚନ୍ଦ୍ର ପାଣିଗ୍ରାହୀ ଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରି ନାରୀ ଶିକ୍ଷା ଉପରେ ଗଢି ଉଠିଥିବା ଏହି ବିଦ୍ୟାଳୟ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ଶିକ୍ଷଧିକାରୀ ପ୍ରଦୀପ ନାଗ ଯୋଗଦେଇ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ମିଶ୍ରଙ୍କ ଯୋଗୁଁ ସ୍କୁଲ ଟି ଉନ୍ନତ ମାନର ଶିକ୍ଷାଦାନ ସହିତ ଅନ୍ୟ ସବୁ ପ୍ରକାର କାର୍ଯ୍ୟ କୁ ପ୍ରଶଂସା କରିଥିଲେ। ଶ୍ରୀ ରଘୁନନ୍ଦନ ସିଂଙ୍କ ସଂଯୋଜନାରେ ଏହି ହୀରକ ଜୟନ୍ତୀ ଉପଲକ୍ଷେ ସ୍ମରଣିକା ସ୍ମୃତିବିନ୍ଦୁ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ବିଦ୍ୟାଳୟ ହାଇସ୍କୁଲ ପରୀକ୍ଷା ଫଳକୁ ନେଇ ସର୍ବାଧିକ ମାର୍କ ରଖିଥିବା ବିଗତ ୫ ବର୍ଷ ର ୫ ଜଣ ଛାତ୍ରୀ ବିଦିପ୍ତା ସାହୁ, ସେଫିନା ଯୋସେଫ , ନିୟତି ସାହୁ, ଭୂମିସୂତା ପରିଡ଼ା ଙ୍କୁ ସମ୍ମାନିତ କରାଯାଇଥିଲା। ଏହାସହିତ ଆନ୍ତର୍ଜାତୀୟ ଦୌଡ଼ ରାଣୀ ଆନନ୍ଦିନୀ ଦର୍ଜୀ, ଡ଼. ସ୍ୱିଟି ମେହେର, ବିଦ୍ୟାଳୟର ପୁରାତନ ଛାତ୍ରୀ ତଥା ସଙ୍ଗୀତଜ୍ଞ ବିଗେଶି ବାରିକ୍, ମିନାକ୍ଷୀ ତନ୍ତୀ, ଏବଂ ବଲାଙ୍ଗୀର ଜିଲ୍ଲାର କ୍ରିକେଟ୍ ଖେଳ ପାଇଁ ମାଧୁରୀ ମେହେଟା, ରୋସନାରା ପରବିନ୍, ନୃତ୍ୟ ପାଇଁ ଜ୍ୟୋତିରେଖା ତ୍ରିପାଠୀ, ପ୍ରୀୟାଂଶି ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ହୀରକ ଜୟନ୍ତୀ ଓ ଶରତ ଚନ୍ଦ୍ର ପାଣିଗ୍ରାହୀ ସ୍ମୃତି କମିଟୀ ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସକାଶେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ପ୍ରସାଦ ଗୁରୁ, ଡ. ଶ୍ରୀକର ମିଶ୍ର, ବିକ୍ରମ ବହିଦାର, ହରି ନାରାୟଣ ପୁଝାରୀ, ଲୋକେଶ୍ୱର ସାଏ, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ , ଲୋୟର ସୁକତେଲ୍, ମୁଖ୍ୟ ଯନ୍ତ୍ରୀ ବେଲାଲ୍ ସିଂ ଭୋଇ,(ଅବସର ପ୍ରାପ୍ତ), ଶିକ୍ଷାବିତ୍ ଧର୍ମବ୍ରତ ରଥ, ପ୍ରସନ୍ନ ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ତରୁଣ ମିଶ୍ର, ରତନ ମେହେର, ଡ଼କ୍ଟର ହାଡ଼ିବନ୍ଧୁ ଶତପଥୀ, ଡ଼ କୃଷ୍ଣ ପ୍ରସାଦ ବହିଦାର, କାର୍ଟୁନିଷ୍ଟ୍ ଆର୍ଟିଷ୍ଟ ଅବନୀ ଅଶ୍ୱିନୀ, ଡ଼.ଜୟନ୍ତ ପଣ୍ଡା ପ୍ରଫେସରଏସ ସି ବି ମେଡିକାଲ କଲେଜ୍ କଟକ ,ତଥା ବିଦ୍ୟାଳୟ ର ସମସ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଯଥା ସୁହାସିନି ସରାଫ୍, ସୁଭଦ୍ରା ସ୍ୱାଇଁ, ପଙ୍କଜିନୀ ଚୋପଦାର, ଲକ୍ଷ୍ମୀଧର ସାହୁ, ପ୍ରତାପ ସାଏ ପଟେଲ, ଏବଂ ବିଦ୍ୟାଳୟ ର ଉଲ୍ଲେଖନୀୟ ଅବଦାନ ସକାଶେ ବର୍ତମାନର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କୁ ପୁରାତନ ଛାତ୍ରୀ ସଂସଦ ତରଫରୁ ହୀରକ ଜୟନ୍ତୀ ସମିତି ତଥା ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ଶତ ବାର୍ଷିକୀ ତରଫରୁ କାର୍ଯ୍ୟକ୍ରମର ସଫଳତା ପାଇଁ ସ୍ୱତନ୍ତ୍ର ଭାବରେ ସମ୍ମାନିତ କରାଯାଇଥିଲା। ଏହି ସଭାକୁ ସଂଯୋଜନା କରିଥିଲେ ଅରୁନ୍ଧତୀ ବଢେଇ ଏବଂ ଡ଼. ସାଗରିକା ମିଶ୍ର। ମାନପତ୍ର ପ୍ରଦାନ ଏବଂ ପୁରସ୍କାର ବିତରଣ ରେ ସତ୍ୟାନନ୍ଦ ବିଶ୍ୱାଳ, ସରୋଜ ନାୟକ, ସନ୍ଦୀପ କୁଅଁର ଓ ନାରାୟଣ ମିଶ୍ର ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ କୃଷ୍ଣ ଚନ୍ଦ୍ର ବାଗ ଧନ୍ୟବାଦ୍ ଅର୍ପଣ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ପ୍ରଧାଶିକ୍ଷକ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରୀ, ଏସଏମସି କମିଟିର ସମସ୍ତ ସଦସ୍ୟ ସଦସ୍ୟା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ। ସ୍ୱର ଝଙ୍କାରର ପ୍ରୀୟାଂଶ ସାହୁଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟ, ସନବଡାର ଘୁଡକା ନାଚ ଓ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉତ୍କଣ୍ଠାର ସହ ହଜାର ସଂଖ୍ୟାରେ ସହର ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମହିଳା, ଛାତ୍ରୀ, ପ୍ରାକ୍ତନ ଛାତ୍ରୀ ସମାଜସେବୀ, ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅତିଥି, ଆୟୋଜକ, କଳାକାର, ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ