

ଜୟପୁର, ୨୭ ଅକ୍ଟୋବର (ହି.ସ.)-
ଜୟପୁର ଉପ ଜିଲାପାଳଙ୍କ କାଯ୍ୟାଳୟରେ ଆଜି ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଏଠାରେ କୋରାପୁଟ ଜିଲାପାଳ ମୋନଜ ସତ୍ୟବାନ ମହାଜନ, କୋରାପୁଟ ଏସପି ରୋହିତ ବର୍ମା ଉପସ୍ଥିତ ରହି ଶୁଣାଣି କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ବ୍ୟକ୍ତିଗତ ୩୮ଟି ଓ ଗୋଷ୍ଠିଗତ ୯ମୋଟ ୪୭ଟି ଅଭିଯୋଗର ଶୁଣାଣି ହୋଇଥିଲା । ବୋରିଗୁମ୍ମା ତହସିଲ ଅନ୍ତର୍ଗତ ବୋଇରାଗିପଦର ମୌଜାରେ ଥିବା ସରକାରୀ ଗୋଚର ଜମି, ଜଙ୍ଗଲ ଜମି ଓ ଗ୍ରାମ ଦେବୀଙ୍କ ନାମରେ ଥିବା ଜମିକୁ ସେହି ଗ୍ରାମର କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ବେଆଇନ ଭାବରେ ଦଖଲ କରି ଗ୍ରାମପଞ୍ଚାୟତ ଦ୍ୱାରା ରୋପଣ କରାଯାଇଥିବା ଲେମ୍ବୁ ଗଛ, ଆମ୍ବ ଗଛ, ନିମ୍ବ ଓ ପିଜୁଳି ଗଛ ଉପାଡି ଦେଇ ସେଠାରେ ମକା ଚାଷ କରୁଛନ୍ତି । ଏହା ଫଳରେ ଗ୍ରାମ ବାସୀ ମାନେ ଗାଇ ଚୋରୁ ଚରାଇବା ପାଇଁ ଜନ୍ମସିଦ୍ଧ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଜମିଗୁଡିକ ଗ୍ରାମର ସମସ୍ତଙ୍କ ଦୈନିକ ଆବଶ୍ୟକତା ପଇଁ ରଖି ଦିଆଯାଇଥିବା ସାଧାରଣ ଉପଯୋଗ ଯୋଗ୍ୟ ଜମି ଯାହା ଉପରେ କାହାର କୌଣସି ବ୍ୟକ୍ତି ଗତ ଅଧିକାରି ନାହିଁ । ତେଣୁ ପ୍ରଶାସନ ଦାବିକୁ ଗୁରୁତର ସହ ନେଇ ବେଆଇନ ଭାବରେ ଦଖଲ କରିଥିବା ବ୍ୟକ୍ତି ମାନଙ୍କ ଠାରୁ ଜମିକୁ ତୁରନ୍ତ ମୁକ୍ତ କରାଯିବାକୁ ପ୍ରଶାସନୀୟ ବ୍ୟବସ୍ଥା ନିଆଯାଉ, ସେଠାରେ କରାଯାଉଥିବା ମକା ଚାଷକୁ ଜବତ କରିବାକୁ ଆବଶ୍ୟକ ଆଦେଶ ଜାରି କରାଯାଉ ଆଦି ଦାବି କରାଯାଇଛି । ଜୟପୁର ବ୍ଲକର ଅନ୍ତା ପଞ୍ଚାୟତ ୨୭ଟି ଗ୍ରାମ ଓ ୧୬ଟି ଓାର୍ଡକୁ ନେଇ ଗଠିତ ହୋଇଛି । ଏହି ପଞ୍ଚାୟତର ଧାନ ଚାଷୀ ମାନେ ଧାନ ବିକ୍ରି କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଚାଷୀ ମାନେ ଉମୁରି ଆରଏମସିରେ ଧାନ ନେବା ପାଇଁ ଗାଡି ଭଡା ପଇସା ଅଧିକ ଟଙ୍କା ଦେବାକୁ ପଡୁଛି । ଏବଂ ତା ସହ ପ୍ରତ୍ୟେକ ଚାଷୀ ୫ରୁ ୬ ଦିନ ପଯ୍ୟନ୍ତ ଆରଏମସି ଅଫିସକୁ ଯିବା ଆସିବା କରିବା ପରେ ଧାନ ବିକ୍ରି ହେଉଛି । ତେଣୁ ପ୍ରତ୍ୟେକ ପଞ୍ଚାୟତରେ ଯେମିତି ସରକାରଙ୍କ ତରଫରୁ ଧାନ ମଣ୍ଡିର ବ୍ୟବସ୍ଥା ହେଉଛି ଠିକ ସେମିତି ଅନ୍ତା ପଞ୍ଚାୟତରେ ମଧ୍ୟ ମ୍ଣ୍ଡିର ବ୍ୟବସ୍ଥା କରାଯାଉ । ଅନ୍ତା ଠାରେ ନୁତନ ପ୍ରକଳ୍ପ କରିବାକୁ ସରପଞ୍ଚ ବାବୁଲା ଦିଶାରୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି । ରାସ୍ତା, ବିଦ୍ୟାଳୟର ମରାମତି, ବିଦ୍ୟାଳୟ ଚାପିପଟେ ଥିବା ସରକାରି ଜମି ରହିଛି ତାହା ବିଦ୍ୟାଳୟ ନାମରେ ପଟ୍ଟା କରିବା, ସ୍ମଶାନରେ ଶବଦାହ ଗୃହ ଯୋଗାଇବା, ବସ ସେବା ଯୋଗାଇବା ଆଦି ଦାବି କରାଯାଇଛି । ସେହିପରି କେବିଡି ସରପଞ୍ଚା ଯୋଶେପ ସିରିକା ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ରାସ୍ତା ନିର୍ମାଣ ନେଇ ଦାବି କରିଥିଲେ । ଜଗନ୍ମାଥ ସାଗର ତଟରେ ପେଟ୍ରୋଲ ପମ୍ପ ନିର୍ମାଣକୁ ବିରୋଧ କରାଯାଇ ଦାବି ପତ୍ର ପ୍ରଦାନ କରାଯାଇଛି । କୋଟପାଡ ଥାନା ଅନ୍ତର୍ଗତ ବାମୁଣିଆଗୁଡା ଗ୍ରାମବାସୀ ଜିଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମାଜସେବି ବି ହରି ରାଓ ଙ୍କ ନେତ୍ୃତ୍ୱ ରେ ମହିଳା ଓ ଗ୍ରାମବାସୀ ମାନେ ଦ୍ୱାରସ୍ଥ ହୋଇଛନ୍ତି । ଏଠାରେ ପ୍ରବେସନାରି ଆଇଏଏସ ସନ୍ତୋଷ ପାତ୍ର, ଉପଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ଏସଡିପିଓ ପାର୍ଥ କଶ୍ୟପ ଜିଲା ଶିକ୍ଷାଧିକାରି କରୁଣାକର ଭୁଏ, ଜୟପୁର ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚି ଜେନା, ଅତିରିକ୍ତ ପୌର କାଯ୍ୟନିବାହି ଅଧିକାରି ପୁଜା ରାଉତ ସହ ଜିଲା ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି