
ଖୋର୍ଦ୍ଧା 27 ଅକ୍ଟୋବର (ହି.ସ.) , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ପ୍ରଥମ ଦିବସର ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ନାଗରିକଙ୍କ ପାଇଁ ସୋମବାର ସାଧୁତାର ଶପଥାପାଠ କରାଇଥିଲେ l ବୈଠକରେ ଡେପୁଟୀ କଲେକ୍ଟର, ରାଜସ୍ବ ନିବେଦିତା ପରିଡ଼ା, ଡେପୁଟି କଲେକ୍ଟର, ନ୍ୟାୟିକ, ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟି କଲେକ୍ଟର, ଜରୁରୀ , ଶ୍ରୀତପା ମିଶ୍ର, ଭୂଅର୍ଜନ ଅଧିକାରୀ କ୍ରିଷ୍ଣା କୁମାର ଜେନା, ସହକାରୀ ଜିଲ୍ଲାପାଳ, ତଉଜି, ଅକ୍ଷୟ କୁମାର ଜେନା ଯୋଗ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ ହେଉଛି ବୋଲି ସୂଚନା ଦେବାସହ ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ଵନ୍ଧରେ ଅବଗତ କରାଇଥିଲେ l ସଭାର ସଭାପତି ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାୀମାନଙ୍କୁ ନାଗରିକ ପାଇଁ ସାଧୂତାର ଶପଥ ପାଠ କରାଇଥିଲେ l ଏହି ଅବସରରେ ଶ୍ରୀ ବେଉରା ପ୍ରତ୍ୟେକ ବିଭାଗ ଓ ଉପବିଭାଗ ଅଧିକାରୀ ମାନେ ସାଧୁତା ବଜାୟ ରଖିବା ଜରୁରୀ ଅଟେ ବୋଲି ପ୍ରକାଶ କରିଥିଲେ l ବିଭାଗ ଓ ଉପ ବିଭାଗ ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟାଳୟର କାର୍ଯ୍ୟ ପ୍ରଗତିର ନିରନ୍ତର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ l ସମସ୍ତ ଅଧିକାରୀ ସାଧୁତା, ସଚ୍ଚୋଟତା,ସମୟାନୁବର୍ତ୍ତିତା ବଜାୟ ରଖି ନିଷ୍ଠାପରଭାବେ ସରକାର ଓ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ସମ୍ପାଦନ କଲେ ଦୁର୍ନୀତି ଭଳି କୁଚ୍ଛିତ କାର୍ଯ୍ୟ ଦୁର ହେବା ସହ ଜିଲ୍ଲା ଦୃତ ବିକାଶ ପଥେ ଆଗେଇ ସମଗ୍ର ରାଜ୍ୟରେ ଓ ଦେଶରେ ଦୃଷ୍ଟାନ୍ତ ସୃଷ୍ଟି କରିବା ବୋଲି ପ୍ରକାଶ କରିଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଇ ଗଭର୍ଣଂlସ୍ ପରିଚାଳକ ମାନସ କୁମାର ବ୍ରହ୍ମ, ସମସ୍ତ ଉପ ବିଭାଗୀୟ ଅଧିକାରୀ, ସମସ୍ତ କ୍ଷୀପ୍ର ଲେଖକ ଓ ଲେଖିକା, ସମସ୍ତ ବରିଷ୍ଠ ଓ କନିଷ୍ଠ ସହାୟକ ଓ ଅନ୍ୟ ସମସ୍ତ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ଲ
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ