ଚାକୁଣ୍ଡାପାଳ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
କେନ୍ଦୁଝର, ୨୭ ଅକ୍ଟୋବର(ହି.ସ.) – ଆଜି ପାଟଣା ବ୍ଲକର ଚାକୁଣ୍ଡାପାଳ ପଂଚାୟତ ଠାରେ କେନ୍ଦୁଝର ରୋଟାରୀ କ୍ଲବ,କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟର ସମ୍ପାଦ
ଚାକୁଣ୍ଡାପାଳ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ


କେନ୍ଦୁଝର, ୨୭ ଅକ୍ଟୋବର(ହି.ସ.) – ଆଜି ପାଟଣା ବ୍ଲକର ଚାକୁଣ୍ଡାପାଳ ପଂଚାୟତ ଠାରେ କେନ୍ଦୁଝର ରୋଟାରୀ କ୍ଲବ,କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟର ସମ୍ପାଦକ ଭକ୍ତି ବତ୍ସଳ ମହାନ୍ତି ଶିବିରକୁ ସଂଯୋଜନା କରଥିଲେ। ରୋଟାରୀ କ୍ଲବର ସଭାପତି ଶ ହରିହର ମହାନ୍ତିଙ୍କ ତତ୍ୱାବଧାନରେ ପରିଚାଳିତ ଉକ୍ତ ଶିବିରରେ ଚାକୁଣ୍ଡାପାଳ, ଶ୍ୟାମସୁନ୍ଦରପୁର, ଶରଧାପୁର, ଜଡିଚାତର ଓ ସାନ ଗମ୍ଭାରିଆ ଗ୍ରାମର ୧୧୯ ଜଣ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। ଭୂମିକା ଚକ୍ଷୁ ଚିକିତ୍ସାଳୟର ଜୋନାଲ ମ୍ୟାନେଜରଙ୍କ ମାର୍ଗଦର୍ଶନରେ ଭିଜନ ଟେକନିସିଆନ ଲାଳିମା ଜେନା, ଅପଟମ ଶୟନ ସୁନ୍ଦର ମାଇତି, ସ୍ୱାସ୍ଥ୍ୟ ସେବିକା ନିହାରିକା ନାୟକ, ଭବସ୍ମିତା ପାତ୍ର, ସ୍ୱାସ୍ଥ୍ୟ ସଙ୍ଗଠକ ଦିଲୀପ ପରିଡା ପ୍ରମୁଖ ଚକ୍ଷୁ ପରୀକ୍ଷା ସହିତ ଔଷଧ ବିତରଣ ଓ ପରାମର୍ଶ ସେବା ଯୋଗାଇ ଦେଇଥିଲେ। ୨୩ ଜଣ ବରିଷ୍ଠ ନାଗରିକଙ୍କ ଠାରେ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଛି ଓ ୧୨ ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ଭୂମିକା ଚିକିତ୍ସାଳୟ,କେନ୍ଦୁଝର ପ୍ରେରଣ କରାଯାଇଛି। ଶିବିର ସ୍ଥଳରେ ୨୧ଜଣ ବରିଷ୍ଠ ନାଗରିକଙ୍କୁ ମଧ୍‌ଯ ମାଗଣା ଚଷମା ବଣ୍ଟନ କରାଯାଇଛି। ୮ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ସ୍ୱତନ୍ତ୍ର ଚକ୍ଷୁ ପରୀକ୍ଷା ଓ ଚଷମା ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ ସଭାପତି ୧ ହରିହର ମହାନ୍ତି, ବରିଷ୍ଠ ରୋଟାରୀୟାନ ଡାକୁର ସଂଜୀବ କୁମାର ଓତା ଓ ସୁରେଶ ଚନ୍ଦ୍ର ଖଟୋଇ ଜଣାଇଛନ୍ତି।

ଚାକୁଣ୍ଡାପାଳ ସରପଂଚ ଶ୍ରୀମତୀ ରକ୍ଷାରାଣୀ ନାୟକ, ସମସ୍ତ ୱାର୍ଡ ମେମ୍ବର, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଯୁବ ସ୍ୱେଚ୍ଛାସେବୀ। ଓ କେନ୍ଦୁଝର ଡେଭଲପମେଂଟ ଟ୍ରଷ୍ଟ ସ୍ୱେଚ୍ଛାସେବୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଅନ୍ଧତ୍ୱ ମୁକ୍ତ ଅଭିଯାନରେ କେନ୍ଦୁଝର ସର୍ବସାଧାରଣ ସାମିଲ ହେବାକୁ କେନ୍ଦୁଝର ଡେଭଲପମେଣ୍‌ତ ଟ୍ରଷ୍ଟ ଟ୍ରଷ୍ଟୀ ଡକ୍ଟର ବିମ୍ବାଧର ବେହେରା ଓ ସଂଜୀବ ପାଇକରାୟ ଆହ୍ୱାନ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande