
ଗଞାମ, ୨୭ ଅକ୍ଟୋବର (ହି.ସ.)- ଗଂଜାମ ଜିଲା ପ୍ରଶାସନ ପକ୍ଷରୁ ବାତ୍ଯା ମୋନ୍ଥାର ମୁକାବିଲା ପାଇଁ ଜିଲାର ବିଭିନ୍ନ ସ୍ଥାନରେ ବ୍ଯାପକ ପ୍ରସ୍ତୁତି ହୋଇଛି। ଜିଲାର ବିଭିନ୍ନ ସ୍ଥାନରେ ଏନଡିଆର, ଓଡ୍ରାଫଓ ଅଗ୍ନିଶମ ଟିମ ଜାଗତିଆର ହୋଇ ରହିଛନ୍ତି। ଆବଶ୍ୟକ ହେଲେ ଖାଲୁଆ ଅଂଚଳରୁ ଲୋକ ମାନଙ୍କୁ ଯଥା ଉଚ୍ଚ ସ୍ଥାନ ବାତ୍ଯାଆଶ୍ରୟସ୍ଥଳୀ ବିଦ୍ୟାଳୟ ଓ ଅଂଗନବାଡି କେଂଦ୍ରରେ ରଖାଯାଇ ସୁଖିଲା ରନ୍ଧା ଖାଦ୍ଯ ମଧ୍ଧ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଶେରଗଡ ବ୍ଲକ ଅଂଚଳରେ ଅନୁରୂପ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଇଛି । ବିଡିଓ ତୃପ୍ତିମୟୀ ଜେନା, ସିଡିପିଓ ମମତାଂଜଳୀ ପଣ୍ଡା, ତହସିଲଦାର ତ୍ରିଦେବ ରଥ ଆର, ଆଇ ମଧୁସୂଦନ ବିଷୋଇ ପ୍ରମୁଖ ଅନ୍ୟ ରାଜସ୍ୱ କର୍ମଚାରୀ ମାନେ ମଧ୍ୟ ବିଭିନ୍ନ ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଛନ୍ତି । ଆଜି ଦିନ ୧୧ଟା ଠାରୁ ଖରାସହ ସାମାନ୍ଯ ବର୍ଷା ଆରମ୍ଭ ହୋଇଛି । ସମୟ ଯେତିକି ଆଗଉଛି, ସେତିକି ଲୋକଙ୍କ ମନରେ ବାତ୍ଯା ଆତଙ୍କ ସୃଷ୍ଟି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ