
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଓଡ଼ିଶା ମାନବାଧିକାର କମିଶନଙ୍କ କାର୍ଯ୍ୟାଧାରା ସହଜ ଓ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ କମିଶନ ସୋମବାର ଠାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ୩ ଗୋଟି କେଶର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରାଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ଚମିଶନର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀଙ୍କ ଅଦାଲତରେ ମୋଟ ୮୮ଟି ମାମଲା ତାଲିକାଭୁକ୍ତ ହୋଇଥିଲା ବେଳେ ତନ୍ମଧ୍ୟରୁ ଢେଙ୍କାନାଳ ଜିଲ୍ଲାର ୨ଟି ମାମଲା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଣାଣି ହୋଇଥିଲା। ସାମାଜିକ କର୍ମୀ ଏବଂ ଅଧିବକ୍ତା — ରାଜୀବ କୁମାର ପଟ୍ଟନାୟକ ଅଭିଯୋଗକାରୀ ଭାବେ ଆଜିର ଶୁଣାଣିରେ ଅଂଶଗ୍ରହଣ କରିଥିଲେ । ସେହିପରି ଅଧ୍ୟକ୍ଷ ଏବଂ ସଦସ୍ୟ ଅସିମ ଅମିତାଭ ଦାଶଙ୍କ ଡିଭିଜନ ବେଂଚ - ୧ ରେ ତାଲିକାଭୁକ୍ତ ମୋଟ ୨ଟି ମାମଲାରୁ କଟକ ଜିଲ୍ଲାର ୧ଟି ମାମଲାର ଶୁଣାଣି ଆଭାସି ମାଧ୍ୟମରେ କରା ଯାଇଥିଲା । ଅଭିଯୋଗକାରିଣୀ ସୁଜାତାରାଣୀ ଦାସ ଏହି ଶୁଣାଣିରେ ଯୋଗ ଦେଇଥିଲେ ।
ଆଜିର ଏହି ଅଭାସି ଶୁଣାଣି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ ଦୁରଦୂରାନ୍ତରୁ ଆସୁଥିବା ଆବେଦନକାରୀ ଅବା ସେମାନଙ୍କ ଓକିଲ ଏଣିକି କମିଶନ ଅଫିସ ନ ଆସି ନିଜ ଘରେ ବସି ସେମାନଙ୍କ ମକଦ୍ଦମା ସଂକ୍ରାନ୍ତୀୟ ଶୁଣାଣି କରି ପାରିବେ । ଆଗାମୀ ଦିନରେ ଏହା ଆହୁରି ପରିବ୍ୟାପ୍ତ ହେବ ବୋଲି କମିଶନ ମତ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା