ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ଖେଳାଳି ଓ କ୍ରୀଡାପ୍ରେମୀଙ୍କ ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଜୟପୁର, 27 ଅକ୍ଟୋବର (ହି.ସ.)ଜୟପୁର ଲିଙ୍ଗରାଜ ନଗରସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କରାଯାଇ ସହରର ବହୁମାତ୍ରାରେ ଖେଳାଳି ଓ କ୍ରୀଡବିତ୍ ମାନେ ବିରୋଧ କରିବା ସହ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନନ କରିଛନ୍ତି । ଅଭିଯୋଗକାରି ମାନେ ଆଜ
ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ଖେଳାଳି ଓ  କ୍ରୀଡାପ୍ରେମୀଙ୍କ  ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର


ଜୟପୁର, 27 ଅକ୍ଟୋବର (ହି.ସ.)ଜୟପୁର ଲିଙ୍ଗରାଜ ନଗରସ୍ଥିତ ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କରାଯାଇ ସହରର ବହୁମାତ୍ରାରେ ଖେଳାଳି ଓ କ୍ରୀଡବିତ୍ ମାନେ ବିରୋଧ କରିବା ସହ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନନ କରିଛନ୍ତି । ଅଭିଯୋଗକାରି ମାନେ ଆଜି ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ସ୍ଥାନୀୟ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଅଡି ବସିଛନ୍ତି । ଏହିପରି ଉକ୍ତ ନିର୍ମାଣ କରିବାକୁ ନିର୍ମାଣକାରୀ ଠିକାଦାର ସମର୍ଥନ କରୁଥିବା ବେଳେ ଉକ୍ତ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ କିଛି ହାତଗୁଞ୍ଜା ଦେଇ ବିଭ୍ରାଟ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗକାରୀ ମାନେ ସନ୍ଦେହ ନେଇ ଅଭିଯୋଗ କରିଛନ୍ତି । କୋରାପୁଟ ଜିଲ୍ଲା ଏକ ଅନୁସୂଚିତ ଜନଜାତି ଅଞ୍ଚଳ ହୋଇଥିବା ବେଳେ ଏଠାରେ କ୍ରୀଡାର ବିକାଶ ପାଇଁ ୨୦୧୪ ମସିହାରେ ସମ୍ମନ୍ନୟ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ରାଜସ୍ବ ବିଭାଗର ପ୍ରଦାନ କରାଯାଇଥିବା ଜମିରେ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରାଯାଇଛିଲା । ଏହାର ରକ୍ଷଣାବେକ୍ଷଣ ପୌରସଂସ୍ଥାକୁ ଦିଆଯାଇଥିଲା । ବର୍ତ୍ତମାନ ପୌରସଂସ୍ଥା ପକ୍ଷରୁ ସହରର ୪ଟି ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପ୍ରଦାନ କରାଯାଇଥିବା ବେଳେ ତିନୋଟି ସ୍ଥାନରେ ଜମିରେ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଲିଙ୍ଗରାଜ ନଗର, ଇରିଗଗେସନ କଲୋନୀ ବାସିନ୍ଦାଙ୍କ ନିର୍ମାଣ ନେଇ ଜମି ସମସ୍ୟା ଦେଖାଦେଇଛି । ଏହିପରି ଇଣ୍ଡୋର ଷ୍ଟାଡିୟମ ନିକଟରେ ସରକାରଙ୍କ ଅଧିନରେ ରହିଥିବା ୮୭ ଡେସିମିଲ ଜମି ରହିଥିବା ବେଳେ ଏହାର କିଛି ଜମି ଜବରଦଖଲ କରାଯାଇଛି । ତେଣୁ ମାପଚୂପ ପରେ ଜବରଦଖଲ ଜମିକୁ ଉଦ୍ଧାର କରିବା ସହ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରଦାନ କରିବାକୁ କ୍ରୀଡାପ୍ରେମୀ ସହିତ ଏହାକୁ ସ୍ଥାନୀୟ ଅଞ୍ଚଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପ୍ରଦାନ କରିବାକୁ କିଛି ବୁଦ୍ଧିଜୀବୀ ମତଦେଇଛନ୍ତି । ଏହିପରି ସ୍ଥାନୀୟ ୩ ନମ୍ବର ୱାର୍ଡର କାଉନସିଲର ପାର୍ଥ ସାରଥୀ ମଲ୍ଲିକ ମଧ୍ୟ ଇଣ୍ଡୋର ଷ୍ଟାଡିୟମ ପରିସରରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ବିରୋଧ କରିବା ସହ ଅନ୍ୟ କୌଣସି ଜମିରେ ଏହାର ନିର୍ମାଣ କରାଯାଉ ବୋଲି କହିଛନ୍ତି । ପ୍ରାୟ ଶତାଧିକ ଖେଳାଳି ଦସ୍ତଖତ ରହିଥିବା ଏକ ସ୍ମାରକପତ୍ର ଜିଲ୍ଲାପାଳ ମୋନଜ ସତ୍ୟବାନ ମହାଜନଙ୍କୁ ପ୍ରଦାନ କରିଛନ୍ତି । ଏଥିନେଇ ତଦନ୍ତ କରାଯାଇ ପଦକ୍ଷପ ଗ୍ରହଣ କରିବାକୁ ଅଧିନସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande