
Bhubaneswar, 27 ଅକ୍ଟୋବର (ହି.ସ.)
ଜୟପୁର
ବ୍ରହ୍ମପୁରସ୍ଥିତ କଳିଙ୍ଗ ସାହିତ୍ୟ ସମାଜ ତରଫରୁ ଗଞ୍ଜାମ କଳା ପରିଷଦ ଭବନଠାରେ ଆୟୋଜିତ ସାହିତ୍ୟ ଭିତ୍ତିକ ଉତ୍ସବ 'ହେମନ୍ତ ମହୋତ୍ସବରେ 'ଦକ୍ଷିଣ ଓଡ଼ିଶାର ଅନନ୍ଯ ପ୍ରତିଭା-ଦଣ୍ଡପାଣି ବେହେରା ସ୍ମୃତି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି। କଳିଙ୍ଗ ସାହିତ୍ୟ ସମାଜର ସଭାପତି ସିଦ୍ଧାର୍ଥ ଶଙ୍କର ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବୈରାଗୀ ଚରଣ ସାହୁଙ୍କ ପ୍ରକାଶିତ କବିତା ସଂକଳନ ଗୁଡ଼ିକ ର ଆଲୋଚନା କରିବା ସହିତ ଆମନ୍ତ୍ରିତ ଅତିଥିଙ୍କ ଦ୍ବାରା ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବର୍ତ୍ତମାନ ଶ୍ରୀ ସାହୁ ଜୟପୁର ପୂଜ୍ୟପୂଜା ସଂସଦ ର ସାଧାରଣ ସମ୍ପାଦକ ଦାୟିତ୍ବ ନିର୍ବାହ କରୁଛନ୍ତି। ତାଙ୍କ ସମ୍ବର୍ଦ୍ଧନା ରେ ବହୁ ଅନୁଷ୍ଠାନ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି