କୁନ୍ଦାରୀଗୁଡ଼ା ଗ୍ରାମବାସୀଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ
ଜୟପୁର, ୨୭ ଅକ୍ଟୋବର(ହି.ସ.) – ଜୟପୁର ଟାଉନଥାନା ଅନ୍ତର୍ଗତ କୁନ୍ଦାରୀଗୁଡା ଗ୍ରାମବାସୀଙ୍କୁ ଘାସିସାହିର କିଛି ଯୁବକ ହଇରାଣ ହରକତ କରୁଥିବା ନେଇ ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କୁନ୍ଦାରିଗୁଡା ମହିଳା ମାନେ ଅଭିଯୋଗ କରିଛନ୍ତି। ଗତ ଦିପାବଳୀ ଠାରୁ ଘାସି ସାହିର କିଛି
କୁନ୍ଦାରୀଗୁଡା ଗ୍ରାମବାସୀଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ


ଜୟପୁର, ୨୭ ଅକ୍ଟୋବର(ହି.ସ.) – ଜୟପୁର ଟାଉନଥାନା ଅନ୍ତର୍ଗତ କୁନ୍ଦାରୀଗୁଡା ଗ୍ରାମବାସୀଙ୍କୁ ଘାସିସାହିର କିଛି ଯୁବକ ହଇରାଣ ହରକତ କରୁଥିବା ନେଇ ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଚାଲିଥିବା ଅଭିଯୋଗ ଶୁଣାଣିରେ କୁନ୍ଦାରିଗୁଡା ମହିଳା ମାନେ ଅଭିଯୋଗ କରିଛନ୍ତି। ଗତ ଦିପାବଳୀ ଠାରୁ ଘାସି ସାହିର କିଛି ଯୁବକ ନିୟମିତ ଭାବେ କୁନ୍ଦାରୀଗୁଡା ଅଂଚଳକୁ ଆସି ଘର ମାନଙ୍କ ଭିତରେ ପଶି ଧମକ ଚମକ ଦେଉଛନ୍ତି। ଯଦି ସେମାନଙ୍କୁ କିଛି କହିଲେ ସେମାନେ ଗାଳି ଗୁଲଜ କରି ମାଡ ମାରୁଛନ୍ତି। ଯାହାଫଳରେ ଅଂଚଳବାସୀ ଡରି ଘରେ ରହିବାକୁ ପଡୁଛି। ଏନେଇ ଟାଉନଥାନାରେ ଏତଲା ଦେବା ପରେ ମଧ୍ୟ ଟାଉନଥାନା ଅଧିକାରୀ ଏନେଇ କିଛି ପଦକ୍ଷେପ ନେଇନଥିବା ଯୋଗୁଁ ଆଜି ଅଭିଯୋଗ ପ୍ରକୋଷ୍ଠରେ ଗୁହାରି କରିବାକୁ ଆସିଥିଲେ। ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସପି ରୋହିତ ବର୍ମାଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଖୁବ ଶିଘ୍ର ତୁରନ୍ତ ଉତ୍ୟକ୍ତ ଯୁବକ ମାନଙ୍କୁ ଗିରଫ କରାଯିବ ବୋଲି ଏସପି ପ୍ରତିଶୃତି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande