
ରାଉରକେଲା, ୨୭ ଅକ୍ଟୋବର (ହି.ସ.)- ୩ ମାସ ହେଲା ରାଉରକେଲା ବିମାନ ବନ୍ଦର ବନ୍ଦ, ଆଜି ରାଉରକେଲା ଇସ୍ପାତ କାରଖାନାର ଏୟାର ସଂସ୍ଥା ସହ ହୋଇଥିବା ଚୁକ୍ତିନାମା ମଧ୍ୟ ସରିଲା, ମୁଖ୍ୟମନ୍ତ୍ରୀ ବର୍ଷେ ତଳେ ଏ ନେଇ ପ୍ରତିଶୃତି ଦେଇଥିଲେ ସେ ମଧ୍ୟ ନିରବ। ଏଭଳି ସ୍ଥିତିରେ ରାଉରକେଲାରେ ବିମାନ ସେବାକୁ ନେଇ ଅନିଶ୍ଚିତତା ଲାଗି ରହିବାରୁ ସମାଜସେବି ମୁକ୍ତିକାନ୍ତ ବିଶ୍ୱାଳ ଆଜି ବିମାନ ବନ୍ଦରରେ ସକାଳୁ ପରିବା ବିକିବା ଆରମ୍ଭ କରିଥିଲେ। ତାଙ୍କ ହିସାବରେ ଯଦି ବିମାନ ବନ୍ଦର ହେଲାନାହିଁ ତେବେ ଏଠି ପରିବାବଜାର ହେଉ ଲୋକେ ଉପକୃତ ହେବେ ଓ ଜାଗାର ସଦୁପଯୋଗ ହୋଇପାରିବ। ଏ ଖବର ପାଇ ମୁକ୍ତିକାନ୍ତଙ୍କୁ ପୁଲିସ ଉଠେଇ ନେଇଛି।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ