ଫୁଲବାଣୀ ବ୍ଲକ ରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ
Nab bharat swakhyarta program in Phulbani
ଫୁଲବାଣୀ ବ୍ଲକ ରେ ନବ ଭାରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ


କନ୍ଧମାଳ, ୨୭ ଅକ୍ଟୋବର (ହି.ସ.)- କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ରେ ନବଭରତ ସ୍ଵାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ନିରାକରଣ ପରୀକ୍ଷା (ଏଫ ଏଲ ଏନ ଏ ଟି) ଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବ୍ଲକ ର ୧୧ଟି ପଞ୍ଚାୟତ ଓ ପୌର ପରିଷଦ ର ଦୁଇଟି କ୍ଲଷ୍ଟର ର ମୋଟ ୨୭ ଟି ପରୀକ୍ଷା କେନ୍ଦ୍ର ରେ ୫୧୧ ଜଣ ପନ୍ଦର ବର୍ଷ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ସାଧାରଣ ବର୍ଗରେ ୧୧୭, ଅନୁସୂଚିତ ଜାତି ବର୍ଗ ର ୧୫୦ ଓ ଅନୁସୂଚିତ ଜନଜାତି ବର୍ଗ ରେ ୨୪୪ ଜଣ ପରୀକ୍ଷା ଦେଈଥିଲେ, ସେମାନଙ୍କ ମଧ୍ୟରେ ପୁରୁଷ ୧୩୧ ପରୀକ୍ଷାର୍ଥୀ ଦେଇଥିବା ବେଳେ ମହିଳା ପରୀକ୍ଷାର୍ଥୀ ୩୮୦ ଜଣ ଥିଲେ। ଉଦ୍ଦେଶ୍ୟ ହେଲା୧୫ ବର୍ଷରୁ ଉର୍ଦ୍ଧ ମହିଳା ଓ ପୁରୁଷ ଯେପରି ପାଠ ନ ପଢି ଅସ୍ଵାକ୍ଷର ରହିବେନି, ଏଣୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରି ଏହି ପରୀକ୍ଷା କରାଯାଇଥିଲା।

ଶିକ୍ଷକ ମାନେ ଏହାକୁ ପରିଚାଳନା କରିଥିଲାବେଳେ ସିଆରସିସି, ଏବିଇଓ ଓ ବିଇଓ ଏହାକୁ ତଦାରଖ କରିଥିଲେ। ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ ଏହାର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande