ନବନିଯୁକ୍ତ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ତାରିଣୀ ଦର୍ଶନ
କେନ୍ଦୁଝର, ୨୭ ଅକ୍ଟୋବର(ହି.ସ.) – ଆଜି କେନ୍ଦୁଝର ଜିଲ୍ଲା ଲାଗି ନବନିଯୁକୁ କଂଗ୍ରେସ ସଭାପତି ଇଂ ମନୋଜ କୁମାର ଜେନାଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ କରି ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସେ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ ଲାଗି ଆସିବା ବାଟରେ ଘସିପୁରା ଠାରେ ଆନନ୍ଦପୁର କଂଗ୍ରେସ କର୍ମୀ ମାନ
ନବନିଯୁକ୍ତ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟିର ସଭାପତିଙ୍କ ତାରିଣୀ ଦର୍ଶନ


କେନ୍ଦୁଝର, ୨୭ ଅକ୍ଟୋବର(ହି.ସ.) – ଆଜି କେନ୍ଦୁଝର ଜିଲ୍ଲା ଲାଗି ନବନିଯୁକୁ କଂଗ୍ରେସ ସଭାପତି ଇଂ ମନୋଜ କୁମାର ଜେନାଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଗତ କରି ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ସେ ଘଟଗାଁ ମାଆ ତାରିଣୀଙ୍କ ଦର୍ଶନ ଲାଗି ଆସିବା ବାଟରେ ଘସିପୁରା ଠାରେ ଆନନ୍ଦପୁର କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆନନ୍ଦପୁର ଓ ଘସିପୁରା ଅଂଚଳର ବହୁ କଂଗ୍ରେସ କର୍ମୀ ଉତ୍ସାହିତ ହୋଇ ହାଇ ଏଥୂରେ ଯୋଗ ଦେଇଥୂଲେ ଲେ। ଏହାପରେ ମଧ୍ୟାହ୍ନରେ ଶ୍ରୀ ଜେନା ମାଆ ତାରିଣୀଙ୍କ ପୀଠରେ ପହଂଚି ଦର୍ଶନ କରିଥିଲେ। ମନ୍ଦିର ବାହାର ବେଢାରେ ତାଙ୍କୁ ଜନତା ଓ ସ୍ଥାନୀୟ କଂଗ୍ରେସ କର୍ମୀମାନେ ସ୍ୱାଗତ କରି ସମ୍ବଦ୍ଧିତ କରିଥିଲେ। ଆଜି ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଉତମ ସାହୁ, ହାଡ଼ିବନ୍ଧୁ ଖୁଂଟିଆ, ରତ୍ନାକର ଜେନା, ଗୌରହରି ନାୟକ, ସୁଢଳ କୁମାର ସେଠୀ, ନିର୍ମଳ କୁମାର ନାୟକ ଆଦି ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande