ପ୍ରଧାନପାଟ୍ ବୁଲାଇବାକୁ ନେଇ କୈଳାସ ଘାଟି ତଳେ ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତକୁ କୋର୍ଟ
ପ୍ରଧାନପାଟ୍ ବୁଲାଇବାକୁ ନେଇ କୈଳାସ ଘାଟି ତଳେ ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତକୁ କୋର୍ଟ
ପ୍ରଧାନପାଟ୍ ବୁଲାଇବାକୁ ନେଇ  କୈଳାସ ଘାଟି ତଳେ ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତକୁ କୋର୍ଟ


ସମ୍ବଲପୁର, ୨୭ ଅକ୍ଟୋବର (ହି.ସ.)

ଦେବଗଡ଼ ଜିଲ୍ଲାର ଆକର୍ଷଣୀୟ ପ୍ରଧାନପାଟ୍ ବୁଲାଇକୁ ନେଇ ଫେରିବା ବାଟରେ କୈଳାସ ଘାଟି ତଳେ ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ସମ୍ପର୍କରେ ଜମନକିରା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏସମ୍ପର୍କରେ ୧୯୪/୨୫ ରେ ଏକ ମାମଲା ରୁଜୁ କରି ତନାଘନା କରି ଶେଷରେ ଦୁଷ୍କର୍ମକାରୀକୁ ବାନ୍ଧି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ରାଧାକୃଷ୍ଣପଡାର ୧୦ମ ଶ୍ରେଣୀରେ ପଢ଼ୁଥିବା ଜନୈକା ନାବାଳିକା ସକାଳ ୭ ଟାରେ ସାଇକେଲରେ ହାଇସ୍କୁଲ୍ କୁ ପାଠ ପଢ଼ିବାକୁ ଯାଉଥିଲା । ସେହି ପଡ଼ାର ଅମିର୍ ନାମକ ଜନୈକ ବିବାହିତ ମୁସଲିମ ଯୁବକ ସ୍କୁଲ୍ ଯିବା ବାଟରେ ତାକୁ ଅଟକାଇ ଦେବଗଡ଼ର ପ୍ରଧାନପାଟ ବୁଲି ଯିବାକୁ କହିଥିଲା। ନାବାଳିକା ଜଣଙ୍କ ମନା କରିବାରୁ ତାକୁ ଜୋର୍ ଜବରଦସ୍ତ ନିଜ କାର୍ ରେ ଉଠାଇ ନେଇ ଯାଇଥିଲା। ପ୍ରଧାନପାଟ୍ ଜଳପ୍ରପାତ ବୁଲି ଦେଖିବା ପରେ ଫେରିବା ବାଟରେ କୈଳାସ ଘାଟି ତଳେ ନାବାଳିକାକୁ ଜୋର୍ ଜବରଦସ୍ତ ଟଣାଓଟରା କରି ଶେଷରେ ଦୁଷ୍କର୍ମ କରିଥିଲା। ମଧ୍ୟାହ୍ନ ୧୨ଟା ୩୦ ରେ ନାବାଳିକାକୁ ଘରପାଖ ରାସ୍ତାରେ ଛାଡ଼ି ପଳାଇଥିବା । ପୀଡ଼ିତା ଛାତ୍ରୀର ମା' ମଧ୍ୟାହ୍ନରେ କେମିତି ସ୍କୁଲରୁ ଚାଲି ଆସିଲୁ ବୋଲି ପଚାରିବାରୁ ଛାତ୍ରୀ ଜଣଙ୍କ ବୁଡିଯାଇଥିଲା ଓ ନିଜ ପ୍ରତି ଘଟିଥିବା ଘଟଣାକୁ ନକହି ସ୍କୁଲ୍ ଛୁଟୀ ହେବାରୁ ଚାଲି ଆସିଲି ବୋଲି କହିଥିଲା। ତେବେ ନାବାଳିକାର କଥାରେ ତାର ମା'ର ସନ୍ଦେହ ହେବାରୁ ସତ କଥା କହିବାକୁ ତାଗିଦ୍ କରିଥିଲା। ଶେଷରେ ନାବାଳିକା ଜଣଙ୍କ ମା'କୁ ସବୁ ସତସତ କଥା କାନ୍ଦି କହିଥିଲା । ଏଭଳି ଘଟଣା ଶୁଣିବା ପରେ ଦୁଷ୍କର୍ମକାରୀ ମୁସଲିମ ଯୁବକ ବିରୋଧରେ ଜମନକିରା ଥାନାରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ରାତାରାତି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶେଷରେ ଅଭିଯୁକ୍ତ ଅମିର କୁରେଶୀକୁ ତାରି ଘରୁ ଧରି ଥାନାକୁ ନେଇଥିଲା। ଥାନାରେ ଅଟକ ରଖି ପଚରା ଉଚୁରା ପରେ ଅଭିଯୁକ୍ତ ସବୁ ସ୍ବୀକାର କରିଥିଲା । ପୋଲିସ ଉଭୟ ଅଭିଯୁକ୍ତ ଓ ପିଡୀତା ନାବାଳିକାର ଡାକ୍ତରୀ ମାଇନା କରାଇ ଅଭିଯୁକ୍ତକୁ ଗିରଫ କରିଥିଲା। ହିନ୍ଦୁ ଯୁବତୀକୁ ମୁସଲିମ ଯୁବକ ଦୁଷ୍କର୍ମ କରିବା ଘଟଣା ପ୍ରଘଟ ପରେ ରାଧାକୃଷ୍ଣପଡ଼ା ସମେତ ଆଖପାଖ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗତ କାଲି ରାତି ୮ଟା ରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଜମନକିରା ବସ୍ ଷ୍ଟାଣ୍ଡ ଠାରେ ବୈଠକ ବସି ସ୍ପର୍ଶକାତର ଘଟଣାର ବିସ୍ତୃତ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନେବାକୁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଅଭିଯୁକ୍ତ ଘର ସମ୍ମୁଖରେ ପୋଲିସ ପଇଁନ୍ତରା ମାରୁଥିବା ବେଳେ ଆଜି ଅପରାହ୍ନ ୨ ଟା ରେ ଅଭିଯୁକ୍ତ ଅମୀର କୁରେଶିକୁ କୋର୍ଟ ଚାଲାଣ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande