ପ୍ରତାପ ବାବାଙ୍କୁ ମାତାରିଣୀ କଳାଶ୍ରୀ ସମ୍ମାନ ପ୍ରଦାନ
ଘଟଗାଁ, ୨୭ ଅକ୍ଟୋବର(ହି.ସ.) – ଘଟଗାଁ ମାତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ରର ଗୁରୁ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସପ୍ତମ ବାର୍ଷିକ ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତାପ ବାବା(ଚରମା ନନ୍ଦ ଦାସ)ଙ୍କୁ ମାତାରିଣୀ କଳ
ପ୍ରତାପ ବାବାଙ୍କୁ ମାତାରିଣୀ କଳାଶ୍ରୀ ସମ୍ମାନ ପ୍ରଦାନ


ଘଟଗାଁ, ୨୭ ଅକ୍ଟୋବର(ହି.ସ.) – ଘଟଗାଁ ମାତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ରର ଗୁରୁ ସଞ୍ଜୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସପ୍ତମ ବାର୍ଷିକ ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତାପ ବାବା(ଚରମା ନନ୍ଦ ଦାସ)ଙ୍କୁ ମାତାରିଣୀ କଳାଶ୍ରୀ ସମ୍ମାନପ୍ରଦାନ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରତାପ ବାବା ଓରଫ ଚରମାନନ୍ଦ ଦାସ ଜଣେ ଏକାଧାରାରେ କବି ଗାଳ୍ପିକ ଶିଶୁ ସାହିତ୍ୟକ ସମ୍ପାଦକ ସମାଜସେବୀ ତଥା ଭାଗବତ ପ୍ରବଚକ ତତ୍‌ସହିତ ସର୍ବ ଧର୍ମ ସମନ୍ୱୟ ସଭାଗୀତା ଯଜ୍ଞ ଭାଗବତ ପାରାୟଣ ଏବଂ ସନାତନ ସାଧୁ ବୈଷ୍ଟମ୍ବ ସମାବେଶ ଆଦି ଆୟୋଜନ କରିଥାନ୍ତି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande