
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ସର୍ବାଧିକ ୧୬.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦୁଝର ଜିଲ୍ଲାର ସ୍ୱାମପାଟଣାରେ ୧୬.୦ ମି.ମି., ଯୋଡାରେ ୧୨.୦ ମି.ମି., କଳାହାଣ୍ଡି ଜିଲ୍ଲାର ନର୍ଲାରେ ୧୧.୦ ମି.ମି., କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୧୧.୦ ମି.ମି., ରାୟଗଡ଼ା ଜିଲ୍ଲାର ଅମ୍ବାଦୋଳାରେ ୧୦.୫ ମି.ମି., ରାୟଗଡ଼ାରେ ୧୦.୪ ମି.ମି., କେନ୍ଦୁଝର ଜିଲ୍ଲାର ଶାହରପଡା ୧୦.୨ ମି.ମି., ରାୟଗଡ଼ା ଜିଲ୍ଲାର କୋଲନାରାରେ ୧୦.୧ ମି.ମି., ରାୟଗଡ଼ା (ପିଟିଓ)ରେ ୧୦.୦ ମି.ମି., ମାଲକାନଗିରି ଜିଲ୍ଲାର ମାଥିଲିରେ ୯.୦ ମି.ମି. ଗଜପତି ଜିଲ୍ଲାର ନୂଆଗଡ଼ରେ ୫.୪ ମି.ମି. ଏବଂ କଟକ ଜିଲ୍ଲାର ନିଆଳିରେ ୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ