
ଜୟପୁର ପୂଜ୍ୟପୂଜା ସଂସଦର ମାସିକ ସାହିତ୍ୟ ଆସର ସାହିତ୍ୟ ଟୁଙ୍ଗି ରେ ସାହିତ୍ୟିକ ସମ୍ବର୍ଦ୍ଧିତ।
ଜୟପୁର, ୨୭ ଅକ୍ଟୋବର(ହି.ସ.) – ସାହିତ୍ୟ ସର୍ଜନା କଳ୍ପନା ପ୍ରସୂତ ନିର୍ଝର ସଦୃଶ। ସାମାଜିକ ରୀତିନୀତି ଅନୁସାରେ ସାହିତ୍ୟ ରଚନା କାଳଜୟୀ ହୋଇଥାଏ। କେବଳ ଭାବ ଆଦାନ ପ୍ରଦାନ ପାଇଁ ଭାଷା ହିଁ ମାଧ୍ୟମ ଅଟେ, ସେତିକିରେ ସିମୀତ ନରହି ଶୁଦ୍ଧ ଲିଖନ,ପଠନ,କଥନ ଓ ଶ୍ରବଣ ମାଧ୍ୟମରେ ବାହ୍ୟ ଜଗତରୁ ବିଛିନ୍ନ ନ ହୋଇ ସମସ୍ତ ହୃଦୟ ଜିଣିବା ହେଉଛି ସାହିତ୍ୟ। ସଂସଦର ସଭାପତି ଉଦୟ ଶଙ୍କର ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପଦେଷ୍ଟା ଇଂ କେଦାର ନାଥ ବେହେରା ଓ ଇଂ ଭାସ୍କର ସାମନ୍ତରାୟ ମତବ୍ୟକ୍ତ କରିଥିଲେ।ସଂସଦ ପକ୍ଷରୁ ଆୟୋଜିତ ସ୍ମୃତିସ୍ଥଳରେ ଚଳିତ ମାସରେ ମହାତ୍ମାଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ ଲକ୍ଷ୍ମୀ ଇନ୍ଦିରା ପଣ୍ଡା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା। ବ୍ରହ୍ମପୁରସ୍ଥିତ କଳିଙ୍ଗ ସାହିତ୍ୟ ସମାଜ ତରଫରୁ 'ଦଣ୍ଡପାଣି ବେହେରା ସ୍ମୃତି ସମ୍ମାନ'ରେ ସମ୍ମାନିତ କବି ବୈରାଗୀ ଚରଣ ସାହୁଙ୍କୁ ଜୟପୁର ପୂଜ୍ୟପୂଜା ସଂସଦ ତରଫରୁ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା। ହରିହର କରସୁଧା ପଟ୍ଟନାୟକ, ନାରାୟଣ ସଗର, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ହୋତା, ବିଜୟ କୁମାର ଭଟ୍ଟ,ଶୋଭାଙ୍ଗୀନି ନନ୍ଦ, ଅନନ୍ତ ବିଜୟ ଧୀବର, ମଧୂସୁଦନ ମିଶ୍ର, ଅଶୋକ କୁମାର ପଲେଇ, କବିତା ପଲେଇ, ସୁରେଶ କୁମାର ହୋତା ପ୍ରମୁଖ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି