
ବଲାଙ୍ଗିର, ୨୭ ଅକ୍ଟୋବର (ହି.ସ.)- ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ଆଇନଜିବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କେଶବ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଅହଂ ଭାବର କୁପ୍ରଭାବ ଓ ଏହାର ଦୂରୀକରଣର ସରଳ ସମାଧାନ ସୁତ୍ର ସମାଧାନ ସୁତ୍ର ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଶିଶୁ ବିକାଶ କେନ୍ଦ୍ରର ସଭାପତି ମଦନ ମୋହନ ରଥ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ ଯେ, ଅହଙ୍କାର ଶୂନ୍ୟ ହେବା ସହଜ କଥା ନୁହେଁ । ନିଜକୁ ବାଲିଗରଡା ପରି ଧୈର୍ଯ୍ୟଶୀଳ ହେବା ସହିତ ମଣିଷ ଜିବନର ସାର୍ଥକତା ରକ୍ଷା କରିବା ସହ ପଦଯାତ୍ରାର ସୁପ୍ରଭାବ, ନିଜର ଅନୁଭୁତିରୁ ବର୍ଣ୍ଣନା କରି ଅହଙ୍କାର ଠାରୁ ନିଜକୁ ଦୂରେଇ ରହିବା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ରାଜ କିଶୋର ପଣ୍ଡା ଗତ ଅଧିବେଶନର ବିବରଣୀ ପଠନ ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅଧିବେଶନରେ ସିତାଂଶୁ ଶେଖର ନାୟକ, ବ୍ରଜ କିଶୋର ପଣ୍ଡା, ପର୍ଶୁରାମ ନାୟକ, ଯୁଧିଷ୍ଠିର ପଣ୍ଡା, ବିଘ୍ନରାଜ ମିଶ୍ର, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ବାମା ବଲ୍ଲଭ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ