
ସୁବର୍ଣ୍ଣପୁର, ୨୭ ଅକ୍ଟୋବର (ହି.ସ.)- ସୋନପୁର ରାମଧୂନ୍ କ୍ଲବ୍ କାଳୀ ପୂଜା ମହୋତ୍ସବ କମିଟି ପକ୍ଷରୁ ଉମାକାନ୍ତ ବାରିକ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୋନପୁର ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସାଂସ୍କୃତିକ କାର୍ଯ୍ଯକ୍ରମକୁ ଉଦଘାଟନ କରି ହିନ୍ଦୁ ମୁସଲିମ ବିଭିନ୍ନ ସମ୍ପ୍ରଦାୟର ଲୋକେ ଏକାଠି କାଳୀ ପୂଜା ଉତ୍ସବ ପାଳନ କରିବା ଏକ ବିରଳ ବୋଲି କହିଥିଲେ l ଯାହାକି ଏ ସର୍ବ ଧର୍ମ ସମ୍ମନ୍ଵୟର ବାର୍ତ୍ତା କେବଳ ଏ ସୋନପୁର ରାମଧୂନ୍ କ୍ଲବ୍ ହିଁ ସମାଜକୁ ପହଞ୍ଚାଇଛି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ପ୍ରାକ୍ତନ ପୌର ଅଧ୍ୟକ୍ଷ କଇରୁ ସ୍ବାଇଁ, ରାମ ଧୂନ୍ କ୍ଲବ୍ ଉପଦେଷ୍ଟା ଗୋପାଳ ବରାଇ, ଛାତ୍ର ନେତା ଶାଶ୍ଵତ ମିଶ୍ର, କ୍ଲବ ଉପ ସଭାପତି ସୋମ ନାଥ କବାଟ, ଡ୍ରଗିଷ୍ଟ୍ କେମିଷ୍ଟ ସଂଘ ସଂପାଦକ ସତ୍ୟ ନାରାୟଣ ଦରୁଆନ୍ ଯୋଗ ଦେଇ କଳାକାର ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ବିକାଶ ପଣ୍ଡା ସଭା ସଂଯୋଜନା କରିଥିଲେ l ବିଳମ୍ବିତ ରାତି ଯାଏ ଉମାକାନ୍ତ ବାରିକ ଓ ସାଥୀ କଳାକାର ଙ୍କ ସମ୍ବଲପୁରୀ ଗୀତ ନାଚରେ ଝୁମିଲେ ଓ ଦଶ ହଜାର ରୁ ଉର୍ଦ୍ଧ୍ବ ଦର୍ଶକ (ଉମା ଦିୱାନା) ମତୁଆଲା ହୋଇଥିଲେ l
ପ୍ରକାଶ ଥାଉ କି, ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା କାଳୀ ପୂଜା ମହୋତ୍ସବ ଅବସରରେ ଏହି କ୍ଳବ୍ ପକ୍ଷରୁ ଗତ ୨୨ ତାରିଖ ରେ ଏକ ରକ୍ତଦାନ ଶିବିର ଓ ୨୪ ତାରିଖରେ ମଝିପଡ଼ା ସମେତ ଜାତି ଧର୍ମ ନିର୍ବିଶେଷରେ ସହରର ସମସ୍ତ କ୍ଲବ ଅନୁଷ୍ଠାନର କର୍ମକର୍ତା ବିଶିଷ୍ଟ ବ୍ୟକ୍ତି ବିଶେଷ, ମିଡ଼ିଆ, ସରକାରୀ କର୍ମଚାରୀଙ୍କୁ ନେଇ ଶ୍ରୀ ରାମଜୀ ମନ୍ଦିର ଠାରେ ଏକ ସାମୂହିକ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ