
ଜୟପୁର, ୨୭ ଅକ୍ଟୋବର(ହି.ସ.) – କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକ ପରଜା ବେଡାପଦର ପଂଚାୟତର ତୋଟାବେଡା ଗ୍ରାମର ସୁବର୍ଣା ସ୍ୱୟଂ ସହାୟକ ଦଳକୁ ପୀଡିଏସ ସାମଗ୍ରୀ ବଂଟନ କରିବାକୁ ଲାଇସେନ୍ସ ପ୍ରଦାନ କରାଯାଇଛି, ହେଲେ ଓଜନ ଯନ୍ତ୍ର ଓ ବାଓ ମାଟ୍ରିକ ମେସିନ ଦିଆଯାଇ ନଥିବାରୁ ୫ ବର୍ଷ ହେବ ଲାଇସେନ୍ସ ପାଇ ହାତବାନ୍ଧି ବସିରହିଛନ୍ତି ଗ୍ରୁପର ସଦସ୍ୟମାନେ। ଏନେଇ ଆଜି ଉକ୍ତ ଗ୍ରୁପର ସଦସ୍ୟା ମାନେ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଦୀର୍ଘ ୫ ବର୍ଷ ହେବ ସୁବର୍ଣା ସ୍ୱୟଂ ସହାୟକ ଦଳକୁ ସରକାରୀ ସ୍ଥରରେ ଲାଇସେନ୍ସ ପ୍ରଦାନ କରାଯାଇଛି, କିନ୍ତୁ ସେମାନଙ୍କୁ ଓଜନ ମେସିନ ଓ ବାୟୋମେଟ୍ରିକ ଯନ୍ତ୍ର(ଟିପଚି଼ହ୍ନ) ମେସିନ ବର୍ତମାନ ସୁଧା ଯୋଗାଇ ଦିଆଯାଇନଥିବାରୁ ସମ୍ପୃକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ପିଡ଼ିଏସ ସାମଗ୍ରୀ ବଂଟନ କରିପାରୁନାହାନ୍ତି। ଏହାକୁ ନେଇ ସେମାନେ ବାରମ୍ବାର ଦଶମନ୍ତପୁର ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ବ କରି ଯୋଗାଣ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ। ବର୍ତମାନ ନିଜ ଦୋଷ ଘୋଡାଇବା ପାଇଁ ଉଭୟେ ଉଭୟଙ୍କ ଉପରକୁ ଦୋଷ ଲଦୁଛନ୍ତି। ଏହାକୁ ନେଇ ଗ୍ରୁପର ମହିଳାମାନେ ଆଜି ଉପ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଛନ୍ତି। ପୂର୍ବତନ ଉପଜିଲ୍ଲାପାଳ ଏହି ଘଟଣାର ସମାଧାନ ପାଇଁ ଦଶମନ୍ତପୁର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଗୋଷ୍ଠି ଉନ୍ନୟନ ଅଧିକାରି କାର୍ଯ୍ୟକାରୀ କରୁନାହାନ୍ତି।ଫଳରେ ଆଜି ଉକ୍ତ ମହିଳା ଗୋଷ୍ଠୀ ପୁନର୍ବାର ଉପ ଜିଲାପାଳଙ୍କ ଦ୍ୱାରସ୍ତ ହୋଇ ଛନ୍ତି। ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ଅଭିଯୋଗ ପାଇବା ପରେ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରି ଏହାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିସୃତି ଦେଇଛନ୍ତି। ଯଦି ଶୀଘ୍ର ଏହି ଘଟଣାର ସମାଧାନ ନହୁଏ ତେବେ ସମସ୍ତ ସଭ୍ୟାମାନେ ଦସମନ୍ତପୁର ବିଡ଼ିଓଙ୍କ କାର୍ଯ୍ୟକୟ ସମ୍ମୁଖରେ ଧାରଣା ଦେବୁ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି