ତାରିଣୀ ଦର୍ଶନ କଲେ ନୂତନ ଜିଲ୍ଲା କଂଗ୍ରେସ ସଭାପତି
ଘଟଗାଁ, ୨୭ ଅକ୍ଟୋବର(ହି.ସ.) – ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା କେନ୍ଦୁଝର ଗସ୍ତ ଅବସରରେ ଆସି ମା ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ କ୍ଷ ମାଙ୍କ ପୂଜକ ପ୍ରଦୀପ କୁମାର ଦେହୁରୀ ପୂଜା ଅର୍ଚ୍ଚନା କରିଥିଲେ।
ତାରିଣୀ ଦର୍ଶନ କଲେ ନୂତନ ଜିଲ୍ଲା କଂଗ୍ରେସ ସଭାପତି


ଘଟଗାଁ, ୨୭ ଅକ୍ଟୋବର(ହି.ସ.) – ନୂତନ ଭାବେ ଦାୟିତ୍ୱ ନେଇଥିବା କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ଜେନା କେନ୍ଦୁଝର ଗସ୍ତ ଅବସରରେ ଆସି ମା ତାରିଣୀଙ୍କୁ ଦର୍ଶନ କରିବା ସହ ପୂଜା ଅର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ କ୍ଷ ମାଙ୍କ ପୂଜକ ପ୍ରଦୀପ କୁମାର ଦେହୁରୀ ପୂଜା ଅର୍ଚ୍ଚନା କରିଥିଲେ। ତାଙ୍କ ସହ ଆନନ୍ଦପୁର ମୁନିସିପାଲିଟି କଂଗ୍ରେସ ସଭାପତି ହାଡିବନ୍ଧୁ ଖୁଂଟିଆ, କେନ୍ଦୁଝର ବରିଷ୍ଠ କଂଗ୍ରେସ ନେତା ଉତମ କୁମାର ସାହୁ, ଲଳିତ ନାୟକ, ରତ୍ନାକର ଜେନା, ଦିନେଶ ରାଉତ, ଗୌରହରୀ ନାଏକ ପ୍ରମୁଖ ଆସି ଥିଲେ କ୍ଷ ଏହି ଅବସରରେ ସେ କେନ୍ଦୁଝର ଜିଲ୍ଳାର ଶୋଚନୀୟ ହୋଇପଡିଥିବା ରାସ୍ତାଘାଟ ଓ ବିଶୁଦ୍ଧ ପାନୀୟ ଜଳ ଉପରେ ଗୁରୁତ୍ୱଦେବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରବେ ବୋଲି କହିଥିଲେ। ସେହିପରି ଆନନନ୍ଦପୁର ଅଂଚଳରେ ବୈତରଣୀ ବାଲି ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଙ୍କୁ ସୂଚନା ଦେଇଥିଲେ। ପୂର୍ବରୁ ଦଳୀୟ କର୍ମୀଙ୍କ ଶୋଭାଯାତ୍ରାରେ କଂଗ୍ରେସ ସଭାପତି ଶ୍ରୀ ଜେନା ସ୍ଥାନୀୟ ଡାକ ବଙ୍ଗଳା ଠାରେ କଂଗ୍ରେସର ସଂଗଠନ ଉପରେ ଆଲୋଚନା କରିଥିଲେ। ତେବେ ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ଉପଦେଶରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ ଜାରି ରହିବବୋଲି ମତବ୍ୟକ୍ତ କରିଥିଲେ। ଘଟଗାଁ ବ୍ଲକର ବରିଷ୍ଠ କଂଗ୍ରେସ ନେତା ରାମ ଚନ୍ଦ୍ର ମହାରଣାଙ୍କ ନେତୃତ୍ୟରେ ଦେବେନ୍ଦ୍ର ନାୟକ, ସେକ ଲୋକମାନ, ହୃଦୟ ରଞ୍ଜନ ସିଂହ, ଅଲ୍ଲୀ ଅହମଦ, ସୁରେନ୍ଦ୍ର ପଟ୍ଟନାୟକ, ସେକ ସିରାଜୁଦିନ, ବିଶ୍ୱନାଥ ବେଜ, ବିଜୟ ପଲେଇ, ଋଷିଭର ନାଏକ, ପ୍ରଫୁଲ ନାଏକ, ଭୀମ ସେନ ନାଏକ, ବସନ୍ତ ପଲେଇ, ଶ୍ରୀଧର ଖଣ୍ଡା, ଟଙ୍କଧର ମାଝୀ, ଦନା ମହାନ୍ତ, ଦୁର୍ଗା ପ୍ରସାଦ ବେହେରା, ବିଭୁତି ସିଂହ, ସୁମନ ସିଂହ, ଜୀବନ ବାରିକ, ଡମ୍ବରୁ ପାତ୍ର, ମହେନ୍ଦ୍ର ପାତ୍ର, ସେକ ଇଲିୟାସ, ରାଧାକାନ୍ତ ବାରିକ, ଦିଲୀପ ନାଏକ, ପ୍ରମୁଖ ସ୍ଥାନୀୟ ଡାକବଙ୍ଗଳା ଠାରେ ଫୁଲତୋଡା ଓ ଉତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande