ସ୍ପଞ୍ଜ କାରଖାନା ସଂପ୍ରସାରଣ ଜନଶୁଣାଣୀରେ ଗ୍ରାମବାସୀଙ୍କୁ ଛାଡି ନିଜ ଶ୍ରମିକଙ୍କୁ ବସେଇ ମତ ନେଇଜିବାରୁ ଅସନ୍ତୋଷ କୁହୁଳୁଛି
ଷ୍ପଜଂ କାରାଖାନା ସଂପ୍ରସାରାଣ ଜନଶୁଣାଣୀରେ ଗ୍ରାମବାସୀ ଙ୍କୁ ଛାଡି ନିଜ ଶ୍ରମିକ ଙ୍କୁ ବସେଇ ମତ ନେଇଜିବାରୁ ଅସନ୍ତୋଷ କୁହୁଳୁଛି
ସ୍ପଞ୍ଜ କାରଖାନା ସଂପ୍ରସାରଣ ଜନଶୁଣାଣୀରେ ଗ୍ରାମବାସୀଙ୍କୁ ଛାଡି ନିଜ ଶ୍ରମିକଙ୍କୁ ବସେଇ ମତ ନେଇଜିବାରୁ ଅସନ୍ତୋଷ କୁହୁଳୁଛି


ରାଉରକେଲା, ୨୭ ଅକ୍ଟୋବର (ହି.ସ.)- ରାଜଗାଙ୍ଗପୁର ସହର ନିକଟ ମାଣ୍ଡିଆକୁଦାର ନିକଟରେ ଥିବା ଅଗ୍ରସେନ ସ୍ପଞ୍ଜ କାରଖାନାର ଉତ୍ପାଦନ କ୍ଷମତା ବଢାଇବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୪ ତାରିଖରେ କରାଯାଇଥିବା ଏକ ଜନଶୁଣାଣୀରେ ନିକଟରେ ଥିବା ଚୁଙ୍ଗିମାଟୀ ଓ ଆଖପାଖ ଅଁଚଳ ବାସୀଙ୍କୁ ସାମିଲ କରାନଯାଇ କାରଖାନାରେ ଠିକା ଶ୍ରମିକ ଭାବେ କାମ କରୁଥିବା ୨୨ ଜଣ ଶ୍ରମକଙ୍କର କାରଖାନା ସମର୍ଥନରେ ମତ ନିଆଯାଇ ଜନଶୁଣାଣୀ କରାଯାଇଥିବାରୁ ସେହି ଅଁଚଳରେ ଜନଶୁଣାଣୀକୁ ନେଇ ଏବେ ଅସନ୍ତୋଷ କୁହୁଳୁଛି ଓ ଏହା ମୁଖ୍ୟମନ୍ତ୍ରୀ ଅଫିସ ଯାଏ ଜିବ ବୋଲି ଖବର ମିଳିଛି ।

ଖବରରୁ ପ୍ରକାଶ ଯେ, ଚଳିତ ମାସ ୨୪ ତାରିଖରେ ଏକ ଜନଶୁଣାଣୀ ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ତଥା ଜିଲ୍ଲାପାଳଙ୍କ ପ୍ରତିନିଧୀଙ୍କୁ ନେଇ ଚୁଙ୍ଗିମାଟି ପାଖରେ କରାଯାଇଥିଲା, ସେହି ଯାଗାରେ କାରଖାନା ଦ୍ୱାରା ପ୍ରଦ୍ୟୁଷଣରେ ପ୍ରଭାବିତ ହୋଇ ଦୀର୍ଘ ୨୨ ବର୍ଷ ହେଲା ହନ୍ତସନ୍ତ ହେଉଥିବା ଲୋକଙ୍କୁ କହିବାର ସୁଯୋଗ ନଦେଇ ସେହି କାରଖାନାର ଠିକା କର୍ମଚାରୀ ମାନଙ୍କର ମତ ନିଆଯାଇ ଜନଶୁଣାଣୀ କରାଯାଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ କହିବା କଥା ସେମାନଙ୍କ ଅଁଚଳରେ ଏହି କାରଖାନା ହେବା ଠାରୁ ସେମାନେ ଆଉ ସବୁଜିମା ଦେଖିପାରୁନାହାନ୍ତି, ୨୫ଟି ଲିମ୍ବ ଗଛ ଯାହା ସେମାନଙ୍କ ଗାଁରେ ଥିଲା ତାହା ଏହି କାରଖାନାର ପ୍ରଦୁଷଣ ଲାଗି ମରିଗଲା, ଗାଇଗୋରୁ ସବୁ ମରିଯାଉଛନ୍ତି, ଚାଷ ଜମୀରେ ଆଉ ଚାଷ ହେଉନାହିଁ, ଗାଁର ଲୋକେ ନାନା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି, ତେଣୁ ଏହି କାରଖାନାକୁ ଆଉ ବଢା ନଯାଇ ବନ୍ଦ କରି ସେମାନଙ୍କୁ ରକ୍ଷା କରାଜିବା ଲାଗି ସେମାନେ ସରକାର ପାଖରେ ସେମାନେ ନିବେଦନ କରିଛନ୍ତି । ସେମାନେ ଆହୁରି କହିଛନ୍ତି ଯେ, କାରଖାନା ଆରମ୍ଭ ବେଳେ ସରକାରୀ ବାବୁ ମାନଙ୍କ ଆଗରେ ଏହି କାରଖାନା ଯାହା କହିଥିଲା ତାହା ପାଳନ କଲାନି, ଉନ୍ନୟନ କାମ ପୁରା ବନ୍ଦ କରିଦେଲା, ଗାଁର କିଛି ପିଲାଙ୍କୁ ଠିକା କାମରେ ରଖିଲା ପରେ ସେମାନେ ରୋଗାକ୍ରନ୍ତ ହୋଇ ଘରେ ପଡିଛନ୍ତି, ଦିନ ରାତି କାରଖାନାର କଳା ଧୂଆଁରେ ସେମାନଙ୍କ ଜୀବନ ଅନ୍ଧକାର ହୋଇଯାଇଛି, ସେମାନେ ଗତ ସରକାର ବେଳେ ବହୁତ ଥର ସ୍ୱର ଉତୋଳନ କରିଛନ୍ତି କିନ୍ତୁ ଏଠିକାର ସରକାରୀ ବାବୁ ମାନେ ତାକୁ ଚାପିଦେଇଛନ୍ତି । ତେଣୁ ଏହି କାରଖାନାକୁ ବନ୍ଦ କରାଯାଉ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ରାଉରକେଲା ଓ ରାଜଗାଙ୍ଗପୁର ଅଁଚଳରେ ଏହିଭଳି କାରଖାନା ଗୁଡିକର ବ୍ୟାପକ ପ୍ରଦ୍ୟୁଷଣ ଲାଗି ଜଳବାୟୁର ସ୍ଥିତି ମଧ୍ୟ ଖରାପ ରହିଛି, ଏସପିସି ବୋର୍ଡ ର ଭାଷାରେ ଏମ୍ବିଏଂଟ ଏୟାର ସ୍ଥିତି ଭଲ ନାହିଁ, ତେଣୁ ଏଠାରେ ଆଉ ପ୍ରଦ୍ୟୁଷଣକୁ ପ୍ର୍ରଶ୍ରୟ ଦେବା ଉଚିତ ନୁହେଁ । ରାଉରକେଲାର ପ୍ରଦୁଷଣ ନିୟର୍ନ୍ତଣ ବୋର୍ଡ ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରାଜିବାରୁ ସେ କୌଣସି ଉତର ଦେଇ ନାହାନ୍ତି । ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଗତ ୧୪ ବର୍ଷ ଧରି ଏସପିସି ବୋର୍ଡର ଆକ୍ଟ କୁ ବିରୋଧ କରି ବେଆଇନ ଭାବେ ଜଣେ ଜଣେ ସାଇଁଟିଷ୍ଟଙ୍କ ଯାଗାରେ ଜଣେ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ନେଇ ଚାଲିଥିବାରୁ ଏଭଳି କାରବାର ବଢିଚାଲିଛି ବୋଲି କୁହାଯାଉଛି। ପୂର୍ବରୁ ଜଣେ ଜଙ୍ଗଲ ବିଭାଗ ଅଧିକାରୀ ଏହାର ସଦସ୍ୟ ସଚିବ ଥିବାବେଳେ ବର୍ତମାନ ଗତ ୬ ମାସ ତଳେ ମଧ୍ୟ ଜଣେ ସଦସ୍ୟ ସଚିବ ସେହି ଜଙ୍ଗଲ ବିଭାଗରୁ ଆସିଛନ୍ତି । ତେଣୁ ସେ କିଛି ନବୁଝି ଜିଲ୍ଲାରେ ଥିବା ବାବୁ ମାନଙ୍କର ଲୁଟପାଟ ଓ ବେଆଇନ କାରବାର ଫାଇଲ ଉପରେ ମୋହର ଲଗାଇ ଦେଉଛନ୍ତି ଓ ଏହା ଦ୍ୱରା ଲୋକେ ହନ୍ତସନ୍ତ ହେଉଛନ୍ତି । ଏଭଳି କାରବାର ନବୀନ ସରକାର ସମୟରେ ଚାଲିଥିଲା, ଆଶା କରାଯାଉଥିଲା ଏହା ମୋହନ ସରକାରରେ ବଦଳିବ କିନ୍ତୁ ସେଥିରେ କିଛି ପରିବର୍ତନ ହୋଇନାହିଁ, ରାଜ୍ୟ ମୁଖ୍ୟଶାସନ ସଚିବ ଏହି ବିଭାଗର ଚେୟାରନ୍ୟାନ, ବିଭାଗଟି ସିଧା ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଛି, ଆଗରୁ ଏହାକୁ ମନ ଇଛା ଚଳାଯାଉଥିଲା ଓ ନିଜ ଉଦେଶ୍ୟ ଚରିତାର୍ଥ କରାଯାଉଥିଲା, ବର୍ତମାନ ମଧ୍ୟ ସେହିଭଳି ଚାଲିଛି, ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବା ସହ ଜଣେ ସାଇଁଟିଷ୍ଟଙ୍କୁ ତୁରନ୍ତ ସଦସ୍ୟ ସଚିବ ଭାବେ ବସାନ୍ତୁ ଓ ଏ ବିଭାଗର ପ୍ରକୃତ ଉଦ୍ଦେଶ୍ୟ ପୁରଣ କରାଜିବା ସହ ଲୋକଙ୍କର ତଥା ପରିବେଶର ମଙ୍ଗଳ ମଙ୍ଗଳ କରାଯାଉ ବୋଲି ମତପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande