
ଜୟପୁର, ୨୭ ଅକ୍ଟୋବର(ହି.ସ.) – ସାଇବର କ୍ରାଇମ ରୋକିବାକୁ ଟେଲିକମ ମନ୍ତ୍ରଣାଳୟ ନୂଆ ପଦକ୍ଷେପ। ଉପଭୋକ୍ତା ମାନେ ସପ୍ସଚାର ସାଥୀ ପୋର୍ଟାଲ ମାଧ୍ୟମରେ ହଜିଥିବା ମୋବାଇଲ ବିଷୟରେ ରେଜିଷ୍ଟ୍ରେସନ କରିଥିଲେ ମୋବାଇଲ ପାଇପାରିବେ ବୋଲି ପୁଲିସ ବିଭାଗ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି। ଆଜି ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପାର୍ଥ କଶ୍ୟପ ଏବପ୍ସ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ଉପସ୍ଥିତ ରହି ବିଗତ ଦିନରେ ଜୟପୁର ସହରର ବିଭିନ୍ନ ସ୍ଥାନରେ ଚୋରି ହୋଇଥିବା ୨୦ଟି ମୋବାଇଲ ଉଦ୍ଧାର କରି ଉପଭୋକ୍ତା ମାନଙ୍କୁ ଫେରାଇଛନ୍ତି। ଏସଡିପିଓ ଶ୍ରୀ କଶ୍ୟପ କହିଛନ୍ତି ଉପଭୋକ୍ତାଙ୍କ ଡକ୍ୟୁମେଂଟ ବ୍ୟବହାର କରି ଆଉ କିଏ ସିମ ୟୁଜ କରୁନି ତ? ଆପଣଙ୍କ ଚୋରି ହୋଇଯାଇଥିବା ଫୋନ ଅପବ୍ୟବହାର ହେଉନିତ? ଏସବୁ ଅପରାଧରେ ରୋକ ଲଗାଇବକୁ କେନ୍ଦ୍ର ଟେଲିକମ ମନ୍ତ୍ରଣାଳୟ ବିକାଶ କରିଛି ସ୍ୱତନ୍ତ୍ର ପୋର୍ଟାଲ ସପ୍ସଚାର ସାଥୀ। ସପ୍ସଚାର ସାଥୀ ପୋର୍ଟାଲ ଜରିଆରେ ଜଣେ ବ୍ୟକ୍ତି ନିଜର ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନକୁ ତୁରନ୍ତ ବ୍ଲକ କିମ୍ବା ଠାବ କରିପାରିବେ। ଖାଲି ସେତିକି ନୁହେଁ ଜଣକ ନାମରେ କେତୋଟି ସିମ ର ହିଛି ସେ ସପ୍ସପର୍କିତ ତଥ୍ୟ ମଧ୍ୟ ଏହି ପୋର୍ଟାଲରୁ ମିଳି ପାରିବ ବୋଲି କହିଥିଲେ। ଏଣୁ ସମସ୍ତେ ମୋବାଇଲ ହଜିବା ପରେ ତୁରନ୍ତ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ଅନୁରୋଧ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି