
ସୁବର୍ଣ୍ଣପୁର, ୨୭ ଅକ୍ଟୋବର (ହି.ସ.)- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ, ୨୦୨୫ ଉପଲକ୍ଷେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧକ୍ଷ ତଥା ଜିଲ୍ଲା ଜଜ ଧନୁର୍ଦ୍ଧର ସେନାପତିଙ୍କ ନିର୍ଦେଶ କ୍ରମେ ଆଜି ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ଜ଼ିଲ୍ଲା ନ୍ୟାୟାଳୟ ପରିସରରେ “ଦୁର୍ନୀତି ନିବାରଣସଚେତନତା ଶପଥ ଗ୍ରହଣ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି I ଏଥିରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ର ଅଧକ୍ଷ ତଥା ଜିଲ୍ଲା ଜଜ ଧନୁର୍ଦ୍ଧର ସେନାପତି, ଅତିରିକ୍ତ ଜ଼ିଲ୍ଲା ଓ ଦୌରାଜଜ ଦିଲୀପ କୁମାର ବିଶ୍ୱାଳ, ପରିବାର ଅଦାଲତ ଜଜ ପ୍ରଶାନ୍ତ କୁମାର ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ବିଶ୍ୱ ବିଶୃତ କର, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସଚିବ ଦେବାଶିଷ ଦାସ, ବରିଷ୍ଠ ଦେୱାନୀ ଜଜ ଗଗନ ସାହୁ, ମହିଳା କୋର୍ଟ ବିଚାରପତି ଶ୍ରୀମତୀ ବବିତା ପାତ୍ର, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ପ୍ରଜ୍ଞା ପାରମିତା ପ୍ରତିହାରୀ, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସ୍ୱଦେଶନା ପଟ୍ଟନାୟକ, ପ୍ରୋବେସନ ଅଫିସର ରାହୁଲ ବିକ୍ରମ ପାଠୀ ପ୍ରମୁଖ ଯୋଗ ଦେଇଥିଲେ I
ଏହି ଶପଥ ଗ୍ରହଣ ଉତ୍ସବରେ ଜ଼ିଲ୍ଲା ନ୍ୟାୟାଳୟ ଏବଂ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସମସ୍ତ କର୍ମଚାରି ମାନେ ଉପସ୍ଥିତ ରହି ସାମୁହିକ ଶପଥ ପାଠ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ