ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଜୟପୁର, ୨୭ ଅକ୍ଟୋବର (ହି.ସ.)- ନୂଆପଡାରୁ ବଦଳି ହୋଇ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବା କରୁଣାକର ଭୁଏଙ୍କୁ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ lଶ୍ରୀ ଭୁଏ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍
ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା


ଜୟପୁର, ୨୭ ଅକ୍ଟୋବର (ହି.ସ.)- ନୂଆପଡାରୁ ବଦଳି ହୋଇ ଆସି କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ଯୋଗଦାନ କରିଥିବା କରୁଣାକର ଭୁଏଙ୍କୁ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନେ ସ୍ବାଗତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ lଶ୍ରୀ ଭୁଏ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଅଭିଯୋଗ ଶୁଣାଣି ଠାରେ ଯୋଗଦାନ କରିବା ପରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନରେ ଆସିଥିଲେ l ସେହି ସମୟରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ଦ୍ବାରା ସ୍ବାଗତ କରିବା ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ, ବିଭାଗୀୟ ଅଧିକାରୀ ରାଜେନ୍ଦ୍ର ନାରାୟଣ ପଢ଼ି, ବରିଷ୍ଠ ସହାୟକ ଶଶୀ ଭୂଷଣ ଦାସ, ବାଳ ଗୋପାଳ ମିଶ୍ର, କନିଷ୍ଠ ସହାୟକ ସାନ୍ତୁନୁ ଜେନା, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କେ ଗୋପାଳ, ସହକାରୀ ଓ ସୋମନାଥ ଗାଦବା, କିରଣ ମହାରଣା, ରଞ୍ଜିତ ମହାନ୍ତି, ମନୋଜ୍ କୁମର୍ ପଟ୍ଟନାୟକ, ଶ୍ରୀମତୀ ଲିପସା ମୁରଲି ସାହୁ, ଶ୍ରୀମତି ସୁନିତା ନାୟକ, ଶ୍ରୀମତି ସୁଭସ୍ରୀ ପାତ୍ର, ଶ୍ରୀମତି ଦିବ୍ୟା ତେଜା, ଅନିଲ୍ ସାଗର, କମଳୁ ଜାନି ଓ ରମେଶ ପାଲକା ଉପସ୍ଥିତ ଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭୁଏ ବିଭାଗର ସମସ୍ତ କର୍ମଚାରୀ ମାନଙ୍କ ସହିତ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande